ନରେନ୍ଦ୍ରପୁର ଗ୍ରାମରେ ଦୋଳଯାତ୍ରା ଆରମ୍ଭ

add-all

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଥିବା ଗୋପୀନାଥ ମହାପ୍ରଭୂଙ୍କ ମନ୍ଦିରରେ ଦୋଳ ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଅବସର ରେ ସୁସଜ୍ଜିତ ବିମାନରେ ଦୋଳ ଗୋବିନ୍ଦ ବସି ଗ୍ରାମରେ ବିଭିନ୍ନ ସାହି ସାହି ବୁଲି ଭୋଗ ଖାଉଛନ୍ତି। ସନ୍ଧ୍ୟାରେ ବିଭିନ୍ନ ପ୍ରକାର ଦେବ ନୀତି ସରିବା ପରେ ଘଣ୍ଟ , ଘଣ୍ଟା, ଗିନି, ମୃଦୁଙ୍ଗ ସହ ବିଭିନ୍ନ ପ୍ରକାରର ବାଦ୍ୟ ଯନ୍ତ୍ରରେ ବିଭିନ୍ନ ସାହି ସାହି ବୁଲୁଛନ୍ତି ଠାକୁର। ଶେଷ ଦିନ ଏକ ବିଶାଳ ପଟୁଆର ରେ ସମ୍ପୂର୍ଣ୍ଣ ଗ୍ରାମ ବୁଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ। ପୂର୍ଣ୍ଣିମା ଦିନ ଠାକୁର ଦୋଳିରେ ବସିବା ସହ ବିଭିନ୍ନ ପ୍ରକାର ସାମାଜିକ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ବରିଷ୍ଠ ପୂଜକ ଗୌରୀ କୁମାର ଦାଶ, ସାରଦା କୁମାର ଦାଶ, ଭଗବାନ ଦାଶ, ବିନାୟକ ଦାଶ , ଦେବାଶିଷ ଦାଶ ପ୍ରମୁଖ ଘର ଘର ବୁଲି ଭୋଗ ପୂଜା କରିବା ସହ ମନ୍ଦିର ର ବିଭିନ୍ନ ପ୍ରକାର ନିତି କ୍ରାନ୍ତି କରୁଛନ୍ତି।

ad-week
Leave A Reply

Your email address will not be published.