ଭଣ୍ଡ ତାନ୍ତ୍ରିକର ଠକାମୀର ଶିକାର ହେଲେ ଉମରକୋଟ ସୁନା ବ୍ୟବସାୟୀ….

add-all

ଉମରକୋଟ, ସପ୍ର (୨୪/୦୩/୨୦୨୪) ଭଣ୍ଡ ତାନ୍ତ୍ରିକର ଠକାମିର ଶିକାର ହୋଇଛନ୍ତି ଉମରକୋଟର ଜଣେ ସୁନା ବ୍ୟବସାୟୀ। ସୁନା ବ୍ୟବସାୟୀଙ୍କୁ ଠାରୁ ସୁନା ରୁପା ତମ୍ବା ଧରି ଫେରାର ହୋଇଯାଇଛି ଭଣ୍ଡ ତାନ୍ତ୍ରିକ। ମିଳିଥିବା ସୂଚନା ଅନୁସାରେ ପ୍ରଭାକର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ପରିବା ବଜାରକୁ ଯିବା ବାଟରେ ଏକ ସୁନା ଦୋକାନ କରିଛନ୍ତି। କାଲି ଆନୁମାନିକ ଦିନ ପ୍ରାୟ (୧୨)ବାରଟା ସମୟରେ ଜଣେ ଭଣ୍ଡ ବାବା ତନ୍ତ୍ର ସାଧନା ଦ୍ବାରା ଘରର ବାସ୍ତୁ ଦୋଷ ଓ ପରିବାର ମଧ୍ୟରେ ଥିବା ଅଶାନ୍ତି ଦୂର କରିବା ପାଇଁ ପୂଜା ପାଠର ଏକ ପ୍ରଚାର ପତ୍ର ଦୋକାନକୁ ଦୋକାନ ଯାଇ ବଣ୍ଟନ କରୁଥିଲେ। ଏହି ସମୟରେ ଭଣ୍ଡ ବାବା ପ୍ରଭାକରଙ୍କ ଦୋକାନକୁ ଯାଇ ହାତ ଦେଖି କହିଲା ତୁମର ଦୁଇ ଥର ଦୁର୍ଘଟଣା ହୋଇଛି, ଏହି ଦୋକାନରେ ଦୁଇ ଥର ଚୋରୀ ମଧ୍ୟ ହୋଇଛି, ବହୁତ୍ ରୋଜଗାର କରୁଛ କିନ୍ତୁ ଟଙ୍କା ତମର ହାତରେ ରହୁନାହିଁ , ତମର ଘରେ ସବୁ ବେଳେ ଅଶାନ୍ତି ଲାଗି ରହୁଛି ଭଣ୍ଡ ବାବାଙ୍କର ଏହି କଥା କୁ ବିଶ୍ଵାସ କରି ନେଇ ଥିଲେ ସୁନା ବ୍ୟବସାୟୀ । ଭଣ୍ଡ ବାବା ଘର ପୂଜା ପାଠ କରି ତନ୍ତ୍ର ମନ୍ତ୍ର ଦ୍ଵାରା ଏହି ସବୁ ବାସ୍ତୁ ଦୋଷ ଦୂର କରିବାକୁ ପଡ଼ିବ ବୋଲି କହିଥିଲେ। ଭଣ୍ଡ ବାବାଙ୍କ କଥା କୁ ବିଶ୍ଵାସ କରି ପ୍ରଭାକର ଭଣ୍ଡ ବାବାଙ୍କୁ ଧରି ଡି, ଏନ, କେ, ରେ ଥିବା ନିଜ ଘରକୁ ନେଇ ଆସିଥିଲେ।ଘରେ ଆସିବା ପରେ ଭଣ୍ଡ ବାବା ପ୍ରଭାକର ଓ ତାଙ୍କ ସ୍ତ୍ରୀଙ୍କୁ ବୟସ ପଚାରି ଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ବୟସକୁ ମିଶାଇ ୭୩ ହୋଉଛି ତେଣୁ ୭୩ ଗ୍ରାମ ସୁନା, ୭୩ ଗ୍ରାମ ରୂପା ଓ ୭୩ ଗ୍ରାମ ତମ୍ବା ଆଣିବା ପାଇଁ କହିବା ପରେ ପ୍ରଭାକର ଘରେ ଥିବା ସୁନା ରୂପା ଓ ତମ୍ବା ଆଣି ଭଣ୍ଡ ବାବାଙ୍କୁ ଦେଇଥିଲେ। ଏପରିକି ଫୁଲ, ବେଲ ପତ୍ର ଆଉ ତୁଳସୀ ପତ୍ର ଆଣିବା ପାଈଁ କହିବା ପରେ ପୂଜା ଆରମ୍ବ କରି ଥିଲା। ତେବେ ଏହି ସୁନା , ତମ୍ବା ଆଉ ରୂପା ଗୋଟିଏ ପାତ୍ରରେ ଧୋଇ ଏହି ପାଣିକୁ ଘର ସବୁ ଆଡ଼େ ସିଞ୍ଚନ କରିବା ସହ ଗାଧୋଇବାକୁ କହିଥିଲେ।ଏବଂ ପାଖରେ ଥିବା ପୁଅ ଓ ଝିଅକୁ ଦେଖି ଏମାନଙ୍କର ମଧ୍ୟ ଦୋଷ ଅଛି ଏମାନଙ୍କ ପାଇଁ ମଧ୍ୟ ପୁଜା କରିବାକୁ ପଡିବ ଆଉ ୨୦ ଗ୍ରାମ ସୁନା ପୁଜା ପାଇଁ ଦରକାର ବୋଲି କହିଥିଲେ । ଏଥିରେ ଭୟଭୀତ ହେଇ ପ୍ରଭାକରଙ୍କ ସ୍ତ୍ରୀ ନିଜେ ପିନ୍ଦି ଥିବା ସମସ୍ତ ସୁନା ଦେଇଥିଲେ। ତେବେ ପାଣି ସିଞ୍ଚନ କରିବାକୁ କହି ବାବା ସମସ୍ତ ସୁନା ଓ ଅନ୍ୟ ଅଳଙ୍କାରକୁ ପାଖରେ ରଖି ଏକ ରଙ୍ଗ କପଡାରେ କିଛି ଖୁଚୁରା ପୟସା (coin ) ଆଉ କିଛି ପଥର ବାନ୍ଧି ପାଣି ଥିବା ହାଣ୍ଡିରେ ରଖି ଦେଇ ଥିଲେ। ପରେ ପୁଜାକରି ପୂଜା ସରିଲା ବୋଲି କହି ବସଷ୍ଟାଣ୍ଡରେ ଛାଡିବାକୁ ଅନୁରୋଧ କହିଥିଲେ। ପ୍ରଭାକର ଭଣ୍ଡ ବାବାକୁ ନେଇ ବସଷ୍ଟାଣ୍ଡରେ ଛାଡିଥିଲେ କିନ୍ତୁ ଯିବା ସମୟରେ ବାବାର ଗୋଡ଼ ହାତ ଥରୁଥିବା ଦେଖି ସନ୍ଦେହ କରି ବସଷ୍ଟାଣ୍ଡରୁ ପ୍ରଭାକର ସ୍ତ୍ରୀଙ୍କୁ ଫୋନ କରି ଅଳଙ୍କାର ଗୁଡିକ ପାଣି ହାଣ୍ଡି ଭିତରେ ଅଛି କି ନାହିଁ ଚେକ କରିବାକୁ କହିଥିଲେ। ପ୍ରଭାକରଙ୍କ ସ୍ତ୍ରୀ ହାଣ୍ଡି ଭିତରେ ହାତ ପୁରାଇ ଖୋଜିବା ବେଳକୁ ଦେଖିବାକୁ ପାଇଥିଲେ ସେଠାରେ କିଛି ପଥର , ୪୫ ଗୋଟି ଏକ ଟଙ୍କିୟା ପଇସା (coin ) ଓ ଧଳା ଚୁଡ଼ି ଏବଂ ଏକ ବିଷଧର ଜିଅନ୍ତା ବିଷାକ୍ତ କୋବ୍ରା ସାପ। ସାପ ଦେଖିବା ପରେ ପରିବାର ଲୋକେ ପ୍ରାଣ ବିକଳରେ ଚିତ୍କାର କରି ଭୟଭିତ ହୋଇ ଇଆଡ଼େ ସିଆଡେ ଧାଇ ପଳାଇ ଥିଲେ। ପ୍ରଭାକରର ସ୍ତ୍ରୀର ଚିତ୍କାର ଶୁଣି ଆଖ ପାଖ ପଡିଶା ଘରର ଲୋକ ମାନେ ଆସି ଅତି କଷ୍ଟରେ ସାପକୁ ବାହାର କରି ଦେଖିବା ବେଳକୁ ହାଣ୍ଡିରେ ସୁନା ନ ଥିଲା। ପରେ ପ୍ରଭାକର ସାପ ଧରାଳିକୁ ଡାକି ସାପକୁ ଧରାଇ ଅନ୍ୟତ୍ର ଛାଡିଥିଲେ। ଅପର ପକ୍ଷେ ସୁନା ହାଣ୍ଡି ଭିତରେ ନଥିବା ଦେଖି ପ୍ରଭାକର ଭଣ୍ଡ ବାବାଙ୍କୁ ଖୋଜିବା ପାଇଁ ବାହାରି ଉମରକୋଟ ସହର ସାରା ତନ୍ୟ ତନ୍ୟ କରି ଖୋଜିଥିଲେ କିନ୍ତୁ ଭଣ୍ଡ ବାବାର ସନ୍ଧ୍ୟାନ ପାଇଁ ନ ଥିଲେ । ନିରୁପାୟ ହୋଇ ପ୍ରଭାକର ଉମରକୋଟ ଥାନାରେ ଯାଇ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ଏକ ଲିଖିତ ଏହି ଠକାମିର ଅଭିଯୋଗ କରିଛନ୍ତି। ଉମରକୋଟ ପୋଲିସ ମାମଲା ରୁଜୁ କରି ଭଣ୍ଡ ବାବାକୁ ଖୋଜା ଖୋଜି ଆରମ୍ଭ କରି ଦେଇଛନ୍ତି । ଉମରକୋଟ ଥାନାର ସବ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ଘଟଣାର ତଦନ୍ତ ଦାୟୀତ୍ବ ନେଇ ତଦନ୍ତ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.