ଆସିକା ରେ ବିଧାୟିକା ବିରୋଧି ତୀବ୍ରତର : ରିପିଟ ହେଲେ ବିଦ୍ରୋହ ସୁନିଶ୍ଚିତ…!

youtube


ବ୍ରହ୍ମପୁର: ୨୫-୩ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଧାୟିକା ବିରୋଧି ମଞ୍ଚ ପକ୍ଷରୁ ରଣ ହୁଙ୍କାର। ଗୁପ୍ତ ବୈଠକ ପରେ ଏବେ ଖୋଲା ମଞ୍ଚରେ ଆହ୍ୱାନ ଦେଲେ ବିରୋଧି ବିଧାୟିକା ହଟାଓ ଆସିକା ବଞ୍ଚାଓ ନାରା। ଦକ୍ଷିଣାଞ୍ଚଳ ସରପଞ୍ଚ ସଂଘ ସଭାପତି ଭବାନୀ ଶଙ୍କର ମଲ୍ଲିକ (ଟୁଟୁ) ଆସିକା ବ୍ଲକର ଚାଟୁଳା ଠାରେ ରବିବାର ଦିନ ଏକ ବୈଠକର ଆୟୋଜନ କରିଥିଲେ। ଏଠାରେ ମା ପୁଅ ହଟାଓ ର ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବହୁ ବକ୍ତା ନିଜର ମତା ମତ ଦେଇ ଖୋଲା ଖୋଲି ଚେତାବନୀ ଦେଇ କହିଥିଲେ ଯଦି ଆସିକା ରେ ରିପିଟ ହୁଏ କିମ୍ବା ବିଧାୟିକା ଙ୍କ ପୁଅକୁ ଟିକେଟ ଦେଲେ ଦଳ ଛାଡ଼ିବୁ ପଛେ ବିଦ୍ରହ କରିବୁ ବୋଲି। ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ

ମଣ୍ଡଳୀ ରେ ଗୋଷ୍ଟି କନ୍ଦଳ ଦୀର୍ଘ ଦିନ ହେଲା ଲାଗିରହିଛି। ଏବେ ନିର୍ବାଚନ ସମୟରେ ବିଧାୟିକାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ଆଗ ଧାଡ଼ିରେ ବସି ଫୋଟ ପୋଜ ଦେଉଥିବା ନେତା ଙ୍କ ଦେଖା ମିଳୁନାହିଁ। ସେମାନେ ମଧ୍ୟ ଏବେ ନିଜ ପାଇଁ ଲବି କରୁଛନ୍ତି। ଏଭଳି ପରିସ୍ଥିତି ଶାସକ ଦଳରେ ଦୀର୍ଘ ବର୍ଷ ହେଲା ଦେଖିବାକୁ ମିଳିନଥିବା କର୍ମୀ ମାନେ କହୁଛନ୍ତି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗତ ୨୦୦୪ ମସିହାରେ ବିଜେଡ଼ି ର ଗଣିତ ଭୁଲ ଥିବା ଯୋଗୁଁ ଏହି ଆସନ ସ୍ୱାଧୀନ ହାତକୁ ଚାଲି ଯାଇଥିଲା। ଆଗାମୀ ବିଧାନସଭା ନିର୍ବାଚନ ରେ ଆସିକା ରେ ନୂଆଁ ମୁହଁ ଦେବାକୁ ଜୋର ଦାର ଲବି ହୋଇ ଆସୁଛି। ଏଠାକାର ଗୋଷ୍ଟି କନ୍ଦଳ ଦଳର ପର୍ଯ୍ୟବେକ୍ଷକ ଠାରୁ ଦଳ ମୁଖିଆ ପର୍ଯ୍ୟନ୍ତ ସମସ୍ତ ଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.