ପୁଣି ବାଲି ମାଫିଆ ସକ୍ରିୟ ଜାତୀୟ ରାଜପଥ ଦେଇ ଅନ୍ଧା ଧୁମ ବାଲି ଚାଲାଣ……!

ନଦୀ ଚିଙ୍ଗୁଡ଼ି ଖାଇ ନିଘୋଡ଼ ନିଦରେ ପ୍ରଶାସନ…!!

add-all


ବ୍ରହ୍ମପୁର: ୨୫-୩ ଗଞ୍ଜାମ ଜିଲ୍ଲାରୁ ପୁଣି ଚୋରାରେ ଜାତୀୟ ରାଜପଥ ଦେଇ ବାଲି ଚାଲାଣ ହେଉଛି। ପୁରୁଷୋତ୍ତମପୁର ରୁ ସିଧା ଜାତୀୟ ରାଜପଥ ଦେଇ ରାତ୍ର ୩ ଘଣ୍ଟରୁ ଭୋର ପର୍ଯ୍ୟନ୍ତ ଖୁଲାମ ଖୁଲା ବିନା ୱାଇ-ଫର୍ମ ରେ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ମଧ୍ୟ ରାତ୍ର ରେ ପୁରୁଷୋତ୍ତମପୁର, ଆସିକା, କନିସୀ, ଚିକିଟି ଧରାକୋଟ ଓ ଶେରଗଡ଼ ଅଞ୍ଚଳ ରୁ ଜାତୀୟ ରାଜପଥ ଦେଇ ଚୋରାରେ ଚାଲାଣ ହେଉଛି।କିଛି ଗାଡ଼ିରେ ୱାଇଫର୍ମ ବ୍ୟବହାର ହେଉଥିବା ବେଳେ ସେହି ୱାଇଫର୍ମ ରେ ମ୍ୟାଜିକ ପେନ ବ୍ୟବହାର ହେଉଥିବା ଘଟଣା ପୂର୍ବରୁ ଧରାପଡ଼ି ଥିବାର ନଜିର ରହିଛି। ଜାତୀୟ ରାଜପଥ ରେ ପୋଲିସ, ପରିବହନ ବିଭାଗ ଓ ମାଇନ୍ସ ବିଭାଗ ର ବାବୁ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହି ସବୁ ଗାଡ଼ିରେ କିପରି ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବାଲିର ଚାହିଦା ରହିଥିବା ଯୋଗୁଁ ଅବାଧ ରେ ଅନ୍ୟ ଜିଲ୍ଲାକୁ ବାଲିଚାଲାଣ ହେଉଛି। ଏହି ଚୋରା ବାଲି ଚାଲାଣ ରେ ଦାୟିତ୍ୱ ରେ ଥିବା ବାବୁ ମାନେ ରାଜନେତା ଓ ମାଫିଆ ସମ୍ପୃକ୍ତ ଥିବା ଯୋଗୁଁ ଧରପଗଡ଼ ହେଉନାହିଁ। ଏପଟେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି। ସେପଟେ ବାବୁ ନେତା ମାଫିଆ ମାନେ ଜଣେ ଜଣେ କୁବେର ହେଉଥିବା ଚର୍ଚ୍ଚା ହେଉଛି। ଜିଲ୍ଲାର ମୁଖିଆ ମାନେ ରାତ୍ର ସମୟରେ ଟିକେ ଅଚାନକ ପରିଦର୍ଶନ ରେ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୁଖା ଖୋଲିବ। ମୁଖ୍ୟତଃ ପୁରୁଷୋତ୍ତମପୁର, ଓ ଆସିକା ଅଞ୍ଚଳ ରୁ ଅତିମାତ୍ର ରେ ସରକାରୀ ନିୟମ କୁ ଫୁ କରି ବାବୁ ମାନଙ୍କୁ ମୋଟା ଅଙ୍କର ପାଉଣା ଦେଇ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି l କନିସି ତହସିଲ ଅଞ୍ଚଳ ରେ ମରୁମ ମାଫିଆ ମାନେ ସ୍ଥାନୀୟ ତହସିଲଦାର ଙ୍କୁ ପାଉଣା ଦେଇ ଲୁଟି ଚାଲୁ ଥିବା ଅଭିଯୋଗ ଆସୁଛି ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ସରକାରୀ ରାଜସ୍ବ କ୍ଷତି ହେବ ନାହିଁ ବୋଲି ବୁଦ୍ଧିଜୀବୀ ମତ ରଖି ଛନ୍ତି

ad-week
Leave A Reply

Your email address will not be published.