ବିଜେଡ଼ି ଏବେ “ଡୁବତି ନୟା”….! :ପ୍ରଦୀପ ଙ୍କ ଲିଙ୍କ ରେ ଥିବା ନେତା ଓ କର୍ମୀ ଏବେ ବିଜେପି ମୁହାଁ…

youtube

ସୁଭିଧା ସ୍ଥିତି ରେ କଂଗ୍ରେସ…


ବ୍ରହ୍ମପୁର: ୨୫-୩ ଗଞ୍ଜାମ ଜିଲ୍ଲାର ଗୋଟେ ପରେ ଗୋଟେ ନେତା ବିଜେଡ଼ି ଛାଡୁଥିବା ଦେଖିବାକୁ ମିଳିଛି। ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ମିଶିବା ପରେ କିଛି ନେତା ଅପେକ୍ଷା କରିଥିଲେ ତାଙ୍କୁ ବିଜେପି କେଉଁଠି ଥଇଥାନ କରୁଛି। ଏବେ ତାଙ୍କର ଲିଙ୍କ ରେ ଥିବା ଗଞ୍ଜାମ ଜିଲ୍ଲାର ବିଜେଡ଼ି ନେତା ଓ କର୍ମୀ ମାନେ ବିଜେପି କୁ ଯିବାକୁ ଅଣ୍ଟା ଭିଡ଼ିଲେଣି। ଆଜି ଖଲ୍ଲିକୋଟ ର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ବିଜେଡ଼ି ରୁ ଇସ୍ତଫା ଦେଇଛନ୍ତି। ପ୍ରଦୀପଙ୍କୁ ଟିକେଟ ମିଳୁ ମିଳୁ ତାଙ୍କର ଯାଦୁ କାମ କରୁଥିବା କୁ ନେଇ ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାରେ ବିଜେପି ର ସ୍ଥିତିରେ ସୁଧାର ଆସୁଥିବା ଦେଖିବାକୁ ମିଳୁଛି। ଆହୁରି ବହୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଲିଙ୍କରେ ରହିଛନ୍ତି। ବିଜେଡ଼ି କାହାକୁ ଟିକେଟ ଦେବାର ଆଭାସ ମିଳିବା ପରେ ଆଉ ଅପେକ୍ଷା କରିଥିବା ନେତା ବିଜେପି ମୁହାଁ ହେବେ ବୋଲି ଅଙ୍କ କଷା ଆରମ୍ଭ ହେଲାଣି। ଗଞ୍ଜାମ ଜିଲ୍ଲାରେ ଯେଉଁ ସବୁ ବିଧାନସଭା ନିବାଚନ ମଣ୍ଡଳୀ ରେ ଗୋଷ୍ଟି କନ୍ଦଳ ଲାଗି ରହିଛି। ସେଠାରେ ଏବେ ବିଦ୍ରହ ର ସ୍ୱର ଆରମ୍ଭ ହେଲାଣି। ବିଜେଡ଼ି ର ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ରେ ଥିବା ନେତା ମାନଙ୍କ ଯୋଗୁଁ ଆଜି ବିଜେଡ଼ି ରେ ଗୋଷ୍ଟି କନ୍ଦଳ ତୀବ୍ର ହେଉଛି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ସମାଧାନ ଦାୟିତ୍ୱ ନେଇଥିବା ନେତା ମାନେ ତୃଣମୂଳ ସ୍ତରକୁ ନଯାଇ କେବଳ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ମିଛ କଥା ରେ ବିଶ୍ୱାସ ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ସୂଚନା ମିଳୁଛି ଏକ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ରେ ବିସ୍ଫୋରଣ ହେବ ଏହାର ଫାଇଦା ବିଜେପି ନେବ ବୋଲି ଲୋକେ ଓ କର୍ମୀ କହିଲେଣି। ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି କେବଳ ଭଞ୍ଜନଗର ଓ ଚିକିଟି ନିର୍ବାଚନ ମଣ୍ଡଳୀ ଛାଡି ଦେଲେ ସବୁଠି ରହିଛି କନ୍ଦଳ, ଜିଲ୍ଲାର ବିଜେଡି ସଭାପତି କେବଳ ନାମକୁ ମାତ୍ର ସେ କେବେବି କୌଣସି ନିର୍ବାଚନ ମଣ୍ଡଳୀ ଗସ୍ତ କରି କର୍ମୀଙ୍କ ସୁଖ ଦୁଃଖ ରେ ସାମିଲ ହୋଇନାହାନ୍ତି ଯାହାର ପରିଣାମ ଏବେ ଦଳ ଭୋଗୁଛି ବୋଲି କର୍ମୀ ମାନେ ମତ ଦେଲେଣି l କେବଳ ଚୌକି ଲୋଭ ରେ ଗଞ୍ଜାମ ଜିଲ୍ଲାର ନେତା ନିଜ ଚୌକି କୁ ଜାବୁଡି ଧରି ସୁଭିଧା ବାଦୀ ରାଜନୀତି କରିବା ଦେଖିବାକୁ ମିଳୁଛି ଜିଲ୍ଲାରେ , ଯାହାକି ଆଗାମୀ ନିର୍ବାଚନ ରେ ନବୀନ ଯାଦୁ କିମ୍ବା ପାଣ୍ଡିଆନ ମନ୍ତ୍ର କାମ କରିନପାରେ l କେବଳ ଟିକଟ ବଣ୍ଟନ ପରେ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ଓଡିଶା ରେ ଏକ ବଡ଼ ବିସ୍ପରଣ ହେବା କୁ ନେଇ ଆଭାସ ମିଳୁଛି…!

Leave A Reply

Your email address will not be published.