ପ୍ରଦୀପ ଟିକେଟ ପାଇଲା ପରେ ବିଜେଡି ଘାଇଲା : କିଏ କରିବ ସାମ୍ନା ? ଏବେ ବିରାଟ ପ୍ରଶ୍ନବାଚୀ…??

youtube

ପ୍ରଦୀପ ବ୍ରହ୍ମପୁର ର ଲେଖା ଛିଡାଇବେ ନା ନିଜେ ଛିଣ୍ଡିଯିବେ…..!

ବ୍ରହ୍ମପୁର: ୨୫-୩ ସର୍ବ ପ୍ରଥମେ ବିଜେପି ପକ୍ଷରୁ ଓଡ଼ିଶାରେ ବିଭିନ୍ନ ସଂସଦୀୟ କ୍ଷେତ୍ରରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ର ପ୍ରାର୍ଥୀ ଘୋଷଣା ପରେ ସବୁଠାରୁ ଚର୍ଚ୍ଚା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବେ ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ରୁ ମଇଦାନ ରେ ବିଜେପି ଓଲ୍ହାଇବା ପରେ ଏଠାରୁ ବିଜେଡ଼ି ଓ କଂଗ୍ରେସ ଦଳର ପ୍ରଦୀପଙ୍କୁ ଟକ୍କର ଦେବା ଭଳି ନେତା ନଥିବା ନେଇ ଚର୍ଚ୍ଚା ହେଲାଣି। ପ୍ରଦୀପ ଙ୍କୁ ଟିକେଟ ଦେଇ ଉଭୟ କଂଗ୍ରେସ ଓ ବିଜେଡ଼ି କୁ ଅଡୁଆ ରେ ବିଜେପି ପକେଇ ଥିବା ନେଇ ଉଭୟ ଦଳ କାହାକୁ ମଇଦାନ କୁ ଓଲ୍ହାଉଛି ସମୟ କହିବ। ଏଥର ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଛତ୍ରପୁର,ବ୍ରହ୍ମପୁର, ଦିଗପହଣ୍ଡି,ଗୋପାଳପୁର, ପାରଳାଖେମୁଣ୍ଡି ଓ ମୋହନା ରେ ବିଜେଡ଼ି ସହ ହେବିୱେଟ ଟକ୍କର ଦେବ ବିଜେପି ବୋଲି ପୂର୍ବରୁ ଚର୍ଚ୍ଚା ହୋଇ ଆସୁଛି। ଏଥର ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଯେଉଁ ସୁଯୋଗ ଦେଇଛି। ଏହାର ଫାଇଦା ନେବେ ପ୍ରଦୀପ ନା ଲେଖା ଛିଣ୍ଡାଉ ଛିଣ୍ଡାଉ ନିଜେ ଛିଣ୍ଡିଯିବେ ନି ତ ବୋଲି ବିରୋଧି ଟୁପୁରୁ ଟାପୁରେ ହେଲେଣି। ସାରା ରାଜ୍ୟର ନଜର ଏବେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଉପରେ ରହିବ। ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ଯୋଗ ଦେଇ ୱାସିଙ୍ଗ ମେସିନ ରେ ସଫା ହୋଇଛନ୍ତି। ପ୍ରଦୀପଙ୍କୁ ସମାଲୋଚନା କରିବାକୁ ଉଭୟ କଂଗ୍ରେସ ଓ ବିଜେଡି କଣ ରଣ କୌଶଳ ପ୍ରସ୍ତୁତ କରିବେ ଦେଖିବାକୁ ବାକି ରହିଲା। ବିଜେପି ଆଗୁଆ ଟିକଟ ଦେଇ ଗୋଟିଏ ପାଦ ଆଗରେ ରହିଛି କହିଲେ ଚଳେ ଖାସ କରି ପ୍ରଦୀପ ପାଣିଗ୍ରାହୀ ଙ୍କୁ ବ୍ରହ୍ମପୁର ସାଂସଦୀୟ ଟିକଟ ଦେଲା ପରେ ଅଡୁଆ ରେ ବିଜେଡି ଓ କଂଗ୍ରେସ, କାରଣ ତାଙ୍କ ବିରୋଧ ରେ କାହାକୁ ପାର୍ଥୀ କରିବେ ଉଭୟ ଦଳ ଦ୍ଵନ୍ଦ ରେ କାରଣ ବିଜେଡି ର କେବଳ ଜଣେ ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଛାଡି ଦେଲେ ଆଉ କିଏ ବି ତାଙ୍କ ବିରୋଧ ରେ ନିର୍ବାଚନ ଲଢ଼ିବାକୁ ସାହସ କରିବେନି ଏବଂ ଯୋଗ୍ୟ ପାର୍ଥୀ ବି କିଏ ନାହାନ୍ତି ବିଜେଡି ର l ଶୁଣିବାକୁ ମିଳୁ ଥିଲା ଚନ୍ଦ୍ରଶେଖର ସାହୁ ବିଧାୟକ ହେବା ପାଇଁ ଇଛୁକ ବୋଲି ତାଙ୍କ ନିକଟ ତମ ଲୋକଙ୍କ ଠାରୁ ଶୁଣିବାକୁ ମିଳୁ ଥିଲା ଯଦି ଏହା ସତ ତେବେ ତାଙ୍କୁ ବ୍ରହ୍ମପୁର ଆସନରୁ ଟିକଟ ମିଳିପାରେ ତେବେ ବିଜେଡି ପ୍ରଦୀପ ଙ୍କ ବିରୋଧ ରେ କୌଣସି ଚଳଚିତ୍ର ଅଭିନେତା କିମ୍ବା ଅଭିନେତ୍ରୀ ଙ୍କୁ ମଧ୍ୟ ଆପଣାଇ ପାରେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ l ଏହାକୁ ଯଦି ନିଆ ଯାଏ ତେବେ ଓଡ଼ିଆ ସିନେ ଜଗତ ର ଲୋକ ପ୍ରୀୟ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ଙ୍କୁ ଟିକଟ ଦେଇ ମହିଳା କାର୍ଡ ଖେଳି ପାରେ ବିଜେଡି ବୋଲି ଚର୍ଚ୍ଚା ହେଉଛି l ବର୍ତ୍ତମାନ ବିଜେଡି ର ସଂଘାଠନିକ ସ୍ଥିତି ମୋଟେ ଭଲ ନାହିଁ କହିଲେ ଚଳେ ଗଞ୍ଜାମ ଜିଲ୍ଲା ରେ ଏଥି ପାଇଁ ଉଭୟ ଜିଲ୍ଲାର ବିଜେଡି ସଭାପତି ଓ ସଭାନେତ୍ରୀ ହିଁ ଦାୟୀ କହିଲେ କିଛିବି ଭୁଲ ହେବ ନାହିଁ l ମୁଖ୍ୟତଃ ଗୋପାଳପୁର, ବ୍ରହ୍ମପୁର, ପାରଳାଖେମୁଣ୍ଡି, ମୋହନା ରେ ବିଜେପି ର ସ୍ଥିତି ସଦୃଢ l ଦିଗପହଣ୍ଡି, ଚିକିଟି, ଛତ୍ରପୁର ନିର୍ବାଚନୀ କ୍ଷେତ୍ରରେ ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ ତାହା ବିଜେପି ପାଇଁ ଲାଭ ଦେଇ ପାରେ ବୋଲି ସମ୍ମିକ୍ଷକ ମାନେ ମତ ଦେଲେଣି l ତେଣୁ ବ୍ରହ୍ମପୁର ସାଂସଦୀୟ କ୍ଷେତ୍ର ହାତେଇବା ପାଇଁ ବିଜେଡି କିଛି ବି କରିପାରେ କେବଳ ଅପେକ୍ଷା ରହିଲା କିଏ ହେବ ବିଜେଡି ର ପାର୍ଥୀ ଯେକି ପ୍ରଦୀପ ଙ୍କୁ ଧୂଳି ଚଟାଇ ପାରିବ l ବ୍ରହ୍ମପୁର କୁ ବଡ ବଡ଼ ବିଜେଡି ନେତାଙ୍କ ସୁଅ ଛୁଟିବ ନିର୍ବାଚନ ପ୍ରଚାର ପାଇଁ ଓଡିଶା ବାସୀଙ୍କ ଫୋକସ ରେ ଏବେ ବ୍ରହ୍ମପୁର l ପ୍ରଦୀପ ଙ୍କୁ ଟିକଟ ମିଳିବା ପରେ ଅନେକ ଙ୍କ ଆଖିରୁ ନିଦ ହଜିଗଲା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି l ତେଣୁ ପୋଲିସ ପ୍ରଶାସନ ପାଇଁ ମଧ୍ୟ ଏହା ଏକ ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରିବ ଉଭୟ ବ୍ରହ୍ମପୁର ଓ ଗଜପତି ପୋଲିସ ପାଇଁ ଏହା ବି ଏକ ଅଗ୍ନି ପରୀକ୍ଷା ହୋଇ ପାରେ…

Leave A Reply

Your email address will not be published.