ଆସିକା ଲୋକସଭା ଆସନ ରେ ବିଜେଡ଼ି ର ପ୍ରାର୍ଥୀ ଭାବେ ଅଶୋକ ନାମକୁ ନେଇ ଚର୍ଚ୍ଚା ଜୋର…!!

add-all


ଵ୍ରହ୍ମପୁର: ୨୪-୩ ଆସିକା ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପୁଣି ଥରେ ଅନିତା ପ୍ରିୟ ଦର୍ଶନୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର,ଆସିକା, ହିଞ୍ଜିଳି କାଟୁ, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ନେଇ ଗଠିତ। କେବଳ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରେ ରହିଥିବା ବେଳେ ଅନ୍ୟ ଛଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ହାତରେ ରହିଛି। ଦୀର୍ଘ ଦିନ ହେଲା ଆସିକା ରେ ଗୋଷ୍ଟି କନ୍ଦଳ ତୀବ୍ର ରହିଛି। ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର ଓ ସାନଖେମୁଣ୍ଡି ରେ ବି ଆସିକା ଠାରୁ କମ ଗୋଷ୍ଟି କନ୍ଦଳ ରହିଛି। ହେଲେ ଏହି ଚାରୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବି ନୂଆଁ ମୁହଁ ପାଇଁ ଦାବୀ ହୋଇ ଆସୁଛି। ଏଭଳି ସ୍ଥିତିରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ରେ ସୁବିଧା ଜନକ ସ୍ଥିତିରେ ବିଜେଡ଼ି ରହିଥିବା ଯୋଗୁଁ ଏଥର ସାଂସଦ ଭାବେ ବିଜେଡ଼ି ଦଳରୁ ବହୁ ଆଶାୟୀ ରହିଛନ୍ତି। ସେଥି ମଧ୍ୟରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ପୁରୁଷୋତ୍ତମ ପୁର ଅଞ୍ଚଳର ଉଚ୍ଚ ଶିକ୍ଷିତ ଯୁବ ନେତା ଅଶୋକ ମହାକୁଡ଼ ବୋଲି ଭୁବନେଶ୍ବର ରେ ଏବେ ଚର୍ଚ୍ଚା ଜୋର ଧରିଛି। ବିଜେପି ତାହାର ମହିଳା କାର୍ଡ଼ ଖେଳିଛି। ଏବେ ବିଜେଡ଼ି ପୁଣି ମହିଳା କାର୍ଡ଼ ଖେଳିବ ନା ନୂଆ ମୁହଁ ଭାବେ କାହାକୁ ପ୍ରାର୍ଥୀ କରିବ ଦେଖିବାକୁ ବାକି ରହିଲା। କେବଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ର ଗୋଷ୍ଟି କନ୍ଦଳ ରହିଥିବା ଯୋଗୁଁ ସାଂସଦ ଭାବେ ଲଢ଼ିବାକୁ ବହୁ ଆଶାୟୀ ଏବେ ଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.