ଆଇପିଏଲ୍‌-୨୦୨୪: ପଂଜାବକୁ ୪ ୱିକେଟ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ

add-all

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ୨୦୨୪ର ଷଷ୍ଠ ମ୍ୟାଚ୍‌ରେ ସୋମବାର ପଞ୍ଜାବ କିଙ୍ଗ୍ସ(ପିବିକେଏସ୍)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୪ ୱିକେଟ୍‌ରେ ପରାସ୍ତ କରିଛି। ସ୍ଥାନୀୟ  ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୯.୨ ଓଭରରେ ୧୭୮ ରନ୍‌ କରିବା ସହିତ ମ୍ୟାଚ୍‌ ଜିତିଛି।

ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ବ୍ୟକ୍ତିଗତ ଭାବେ ସର୍ବାଧିକ ୭୭ ରନ୍‌ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍‌ ଖେଳି ୧୧ଟି ଚୌକା ଓ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍‌ କରିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ୍ ଡୁ ପ୍ଲେସିସି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ‌ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଧାର୍ଯ୍ୟ ୨୦ ଓଭରରେ ପଞ୍ଜାବ କିଙ୍ଗ୍ସ ୬ ୱିକେଟରେ ୧୭୬ ରନ୍ କରିଥିଲା।

ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାୱନ ୩୭ ବଲରେ ୪୫ ରନ୍ କରିଥିବାବେଳେପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ୍ କରିଥିଲେ।

ad-week
Leave A Reply

Your email address will not be published.