ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳଦିବସ ଓ ବିଦ୍ୟାରମ୍ଭ ଉତ୍ସବ

add-all

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ଏବଂ ବିଦ୍ୟାରମ୍ଭ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଉତ୍କଳର ନବ ନିର୍ମାତାମାନଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ଉତ୍ସବର ମୁଖ୍ୟ ଅତିଥିଭାବେ ପ୍ରକୃତି ବନ୍ଧୁ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ବ୍ରହ୍ମl ଉପସ୍ଥିତରହି ଉତ୍କଳର ନବନିର୍ମାତାଙ୍କ ସ୍ମୃତିଚାରଣ କରିବା ସହ ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ସାରଥୀ ତତ୍କାଳୀନ ଦାରିଙ୍ଗବାଡିର ରାଜା ପୂଜ୍ୟ ଭେଙ୍କେଟଶ୍ୱର ଦେଓଙ୍କ ଆହ୍ୱାନ, ହିତବାଦିନୀର ଗଠନ ଏବଂ ଉତ୍କଳ ହିତବାଦିନୀର କାର୍ଯ୍ୟ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ନିଜ ଅଞ୍ଚଳରେ ମାତୃଭାଷା ଶୁଦ୍ଧଭାବେ କହିବା ଓ ଲେଖିବା ପ୍ରତି ଗୁତୁତ୍ୱ ଦେବାପାଇଁ ଶିଶୁଙ୍କୁ ପ୍ରେରଣା ଦେଇଥିଲେ। ବରିଷ୍ଠ ଗୁରୁଜୀ ଏସ୍ . ସତ୍ୟନାରାୟଣ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସୁରେଶ ଗୁରୁଜୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରଧାନାଚାର୍ଯ୍ୟ ଶ୍ରୀ ନିରଞ୍ଜନ ବିଷୋୟୀଙ୍କ ତତ୍ତ୍ଵାବଧାନରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଉଭୟ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା। କାର୍ଯ୍ୟକ୍ରମ ଖୁବ୍ ଶିକ୍ଷଣୀୟ ଓ ସନ୍ତୋଷଜନକ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଅନୁଭବ କରିଥିଲେ ।

ad-week
Leave A Reply

Your email address will not be published.