ଇସ୍ତଫା ଦେଲେ Paytm ସିଇଓ

add-all

ପେଟିଏମ ପେମେଣ୍ଟସ ବ୍ୟାଙ୍କର ସିଇଓ ଓ ଏମଡି ପଦରୁ ଇସ୍ତଫା ଦେଇଛନ୍ତି ସୁରିନ୍ଦର ଚାୱାଲା। ଆଜି ପେଟିଏମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। କମ୍ପାନୀ କହିଛି ଯେ ଜୁନ ୨୬ରୁ ଏହି ଇସ୍ତଫା କାର୍ଯ୍ୟକାରୀ ହେବ। କିନ୍ତୁ ଚାୱାଲାଙ୍କ ସ୍ଥାନ କିଏ ନେବେ, ସେ ସମ୍ପର୍କରେ ପେଟିଏମ କିଛି ବି କହି ନାହିଁ।

ଏହାପୂର୍ବରୁ ପେଟିଏମର ଟପ୍‌ ବସ୍‌ ବିଜୟ ଶେଖର ଶର୍ମା ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ପେଟିଏମ ଉପରେ ଆରବିଆ କଟକଣା ଲଗାଇବା ସହ ଏହାର ୱାଲେଟ ବ୍ୟବସ୍ଥାକୁ ବନ୍ଦ କରି ଦେଇଛି। ଏବେ କେବଳ ପେଟିଏମ ୟୁପିଆଇ କାର୍ଯ୍ୟକାରୀ ରହିଛି। ଆରବିଆଇ କାର୍ଯ୍ୟାନୁଷ୍ଠାନ ପରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀ କମ୍ପାନୀ ଛାଡ଼ିବାରେ ଲାଗିଛି।

ଆରବିସିଆଇ ମାର୍ଚ୍ଚ ୧୫ ସୁଦ୍ଧା ପେଟିଏମକୁ ୟୁପିଆଇ ବ୍ୟବସ୍ଥାକୁ ଛାଡ଼ି ଆଉ ସବୁ ସେବା ବନ୍ଦ କରିବାକୁ କହିଥିଲା। ଏହାପରେ ପେଟିଏମର ଶେୟାର ହ୍ରାସ ପାଇବାରେ ଲାଗିଛି।

ଏବେ ସଂସ୍ଥା ଥାର୍ଡ ପାର୍ଟି ଦ୍ୱାରା ତା’ର ୟୁପିଆଇ ସେବାକୁ ଚାଲୁ ରଖିଛି। ଆକ୍ସସ, ଏଚଡିଏଫସି, ଷ୍ଟେଟ ବ୍ୟାଙ୍କ ଓ ୟେସ ବ୍ୟାଙ୍କ ପକ୍ଷରୁ ୟୁପିଆଇ ବ୍ୟବସ୍ଥା ପେଟିଏମରେ ଚାଲୁଛି। ତଥାପି ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମର ଶେୟାର ମୂଲ୍ୟ ପ୍ରାୟ ୫୦% ଖସି ଯାଇଛି।

ad-week
Leave A Reply

Your email address will not be published.