ଗଣପତି ଶିଶୁ ମନ୍ଦିରର ଏକାଦଶତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ।

add-all

କଟକ : କଟକ ସଦର କନ୍ଦରପୁର ବମ୍ବୁରି ସ୍ଥିତ ଗଣପତି ଶିଶୁ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଉତ୍ସବରେ ଅଧ୍ୟକ୍ଷ ଉମାକାନ୍ତ ଭୂୟାଁ ସଭାପତିତ୍ବ କରିଥିବା ବେଳେ ଉଦ୍ଘାଟକ ବିଦ୍ୟା ବିକାଶ ସମିତି ଓଡ଼ିଶାର ପ୍ରତିଷ୍ଠାତା ସଭ୍ୟ ତାରାକାନ୍ତ ଅଗସ୍ତି,ମୁଖ୍ୟ ଅତିଥି ବିଦ୍ୟା ବିକାଶ ସମିତି ଓଡିଶାର ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ ମହୋଦୟ,ମୁଖ୍ୟବକ୍ତା ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ,ସମ୍ମାନିତ ଅତିଥି କନ୍ଦରପୁର ପଞ୍ଚାୟତର ସରପଞ୍ଚ ସୁଭାଷିନୀ ରାଉତ ଓ ସେବକ ଶ୍ରୀକାନ୍ତ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁମା ଶ୍ରୀମତୀ ଜୟନ୍ତୀ ପତି ପ୍ରାରମ୍ଭିକ ଭାଷଣ,ସମାଜସେବୀ ଦୁର୍ଗା ପ୍ରସାଦ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଗୁରୁମା ପୂର୍ଣ୍ଣିମା ବେହେରା ବାର୍ଷିକ ବିବରଣୀ ପଢ଼ିଥିଲେ । ବାଗଦେବି ସାହୁ,ସୋନାଲି ପରିଡା,ସୁପ୍ରିୟା ବେଉରା,ମଧୁସ୍ମିତା ବେହେରା,ମଧୁସ୍ମିତା ସାହୁ,ସ୍ବିଟି ଗୁରୁମା,ପ୍ରାଚୀ ଗୁରୁମା,ମୁନି ଗୁରୁମା,ସୁନୀତା ଗୁରୁମା ଓ ବିଜୟ ଭୂଷଣ ପରିଡା ପ୍ରମୁଖ ସହୋଯୋଗ କରିଥିଲେ । ବିଦ୍ୟାଳୟର ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ଅନ୍ୱେଷା ଜେନା ଓ ଅନ୍ୱେଷା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।

ad-week
Leave A Reply

Your email address will not be published.