ଚଡ଼କ ମେଳାରେ ଲକ୍ଷାଧିକ ଭକ୍ତ ଓ ମାନସିକଧାରୀଙ୍କ ଭିଡ଼

add-all

ବାଲେଶ୍ୱରର ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳା ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତାକାଲି ନୀଳପର୍ବ। ଆଜି ହେବ ମହାଦେବ ଓ କାମିନୀଙ୍କ ବିବାହ ଉତ୍ସବ। କାମିନୀ ନାମକ ଅସୁରୁଣିକୁ ବିବାହ କରିବେ ମହାଦେବ ଶିବ। ଏଥିପାଇଁ ମଙ୍ଗଳବାର (ଗତକାଲି) ସେବାୟତଙ୍କୁ ନିମନ୍ତ୍ରଣ କରିଥିଲେ ପାଟଭକ୍ତ ଦେଉଳିଆ।

କିମ୍ବଦନ୍ତୀ ଅନୁସାରେ କାମିନୀ ନାମକ ଜଣେ ରାକ୍ଷସୀ କନ୍ୟା କଠୋର ତପସ୍ୟା କରି ଆଶୁତୋଷ ଶିବଙ୍କୁ ନିଜର ସ୍ୱାମୀ ରୂପରେ ପାଇବା ପାଇଁ ବରପ୍ରାପ୍ତ ହୋଇଥିଲେ। ତାତ୍ତ୍ୱିକ ମତରେ ଚଡ଼କ ମେଳା ସମୟରେ ଭକ୍ତମାନେ ନିର୍ଜ୍ଜଳା ଉପବାସ କରି ଆଶୁତୋଷ ଚନ୍ଦନେଶ୍ୱରଙ୍କୁ ଉପାସନା ମାଧ୍ୟମରେ ନିଜର ସମସ୍ତ କାମନା ସମର୍ପଣ କରିଥାନ୍ତି। ଯାହାକୁ କାମନା ବିବାହ କୁହାଯାଏ।

ଏହି ଚଡ଼କ ମେଳାରେ ଲକ୍ଷାଧିକ ଭକ୍ତ ଓ ମାନସିକଧାରୀଙ୍କ ଭିଡ଼ ଜମୁଛି। ପଡ଼ୋଶୀ ପଶ୍ଚିମବଙ୍ଗରୁ ମଧ୍ୟ ହଜାର ହଜାର ଭକ୍ତ ଆସିଥାନ୍ତି।

ad-week
Leave A Reply

Your email address will not be published.