ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ୩୮ ଜଣିଆ କମିଟି ଗଠନ କଲା ବିଜେଡି

add-all

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଇସ୍ତାହାର କମିଟି ଘୋଷଣା କଲା ବିଜେଡି। ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି। ଏହି କମିଟିର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଦାୟିତ୍ୱ ତୁଲାଇବେ।

ସେହିପରି ଅମର ପଟ୍ଟନାୟକ ଆବାହକ ରହିଥିବା ବେଳେ ସସ୍ମିତ ପାତ୍ର ସହ-ଆବାହକ ରହିଛନ୍ତି । ୬ ଜଣ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର । ସୁକାନ୍ତ କେ. ମହାପାତ୍ର, ସୋପ୍ନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ୩ ଜଣ ପ୍ରବାସୀ ଓଡ଼ିଆ କମିଟିରେ ସ୍ଥାନ ପାଇଛନ୍ତି । ୨୬ ଜଣଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ଦେଇଛି ଦଳ ।

ଏହି କମିଟି ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଭିନ୍ନ ସେକ୍ଟର ଉପରେ ଆଲେଚନା କରିବ । ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ ପାଇଁ ବିଜେଡି ଏହି ନିର୍ବାଚନୀ ଇସ୍ତାହାର ଆଣିବ । ଗତ ମାସ ୩୦ ତାରିଖରେ ବିଜେପି ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଥିବା ବେଳେ ଏବେ ବିଜେଡି ମଧ୍ୟ ତା’ର ଇସ୍ତାହାର କମିଟି ଗଠନ କରିଛି ।

ad-week
Leave A Reply

Your email address will not be published.