ବିଧାୟକ ପଦ ରଦ୍ଦ ଘଟଣା; ଆଇନର ଆଶ୍ରୟ ନେବେ ଅରବିନ୍ଦ ଢ଼ାଲି

add-all

ଭୁବନେଶ୍ବର : ବିଧାୟକ ପଦ ରଦ୍ଦ ଘଟଣାରେ ଆଇନ ଆଶ୍ରୟ ନେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ।
ସେ କହିଛନ୍ତି, ମୋ ବିରୋଧରେ ଏହା ଏକ ଏକପାଖିଆ ନିଷ୍ପତ୍ତି। ଜାଣିଶୁଣି ମୋ ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି।ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ?
ଅରବିନ୍ଦ କହିଛନ୍ତି, ୫ବର୍ଷ ହେଲା ମୋତେ ଉଦ୍ଦେଶ୍ୟ ମୂଳକ ଭାବେ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ଏବେ ପ୍ରତିଶୋଧ ପରାୟଣ ହୋଇ ମୋ ବିଧାୟକ ପଦ ରଦ୍ଦ କରିଛନ୍ତି। ମୁଁ ଆଇନର ଆଶ୍ରୟ ନେବି।
ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। କିଛି ଦିନ ପୂର୍ବରୁ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଥିଲା। ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଗ୍ରହଣ କରି ବାଚସ୍ପତି ପ୍ରମିଳା ମଲ୍ଲିକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ କରିଥିଲେ। ବିଧାନସଭା ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ad-week
Leave A Reply

Your email address will not be published.