ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ ଅନୁଷ୍ଠିତ

add-all

ଭୁବନେଶ୍ବର: ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଶଙ୍ଖ ଭବନରେ ଅନୁଷ୍ଠିତ ଏହି କମିଟି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।
ବିଜେଡି ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଶାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ ଅଧ୍ୟକ୍ଷ ରହିଛନ୍ତି। ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି। ୨୫ ଜଣ ସଦସ୍ୟ ରହିଛନ୍ତି। ସରକାରଙ୍କୁ ଆସିଲେ ବିଜେଡି ଲୋକଙ୍କ ପାଇଁ କଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର। ନିର୍ବାଚନ ପାଇଁ ବିଜେଡି ଇସ୍ତାହାର ଆଣିବା ପୂର୍ବରୁ ଆଜି ପ୍ରଥମ ବୈଠକ ବସୁଛି।

ad-week
Leave A Reply

Your email address will not be published.