ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ପାଇଲେ ନନ୍ଦୀ ପୁରସ୍କାର…

add-all

ବ୍ରହ୍ମପୁର, ତା. ୧୪/୦୪ : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଟ କଳାକାର ମହାସଂଘ’ ସଭାପତି ସୀମାନ୍ତ ନଟରାଜ ଡା ତିରୁପତି ସାହୁ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ସ୍ଥିତ ‘ଧର୍ମଂଚରା କମ୍ୟୁନିଟି ହଲ୍’ ପରିସରରେ ଗ୍ଳୋବାଲ୍ କ୍ରିଏଟିଭ୍ ଆର୍ଟସ୍ ଏକାଡେମୀ (ଆମେରିକା) ଓ ଆନ୍ଧ୍ରପ୍ରଦେଶର ଫିଲ୍ମ ଟ୍ରିକ୍ ଏପି ଅନୁଷ୍ଠାନ ଦ୍ବୟର ମିଳିତ ଆନୁକୂଲ୍ୟରେ ହିନ୍ଦୁ ନବବର୍ଷ ପାଳନୋତ୍ସଵ ଅବସରରେ ଆନ୍ଧ୍ରପ୍ରଦେଶର ଏକ ସମ୍ମାନାସ୍ପଦ ‘ନନ୍ଦୀ’ ପୁରସ୍କାର ପାଇଛନ୍ତି। ଜୀବନବ୍ୟାପୀ ଉଲ୍ଲେଖନୀୟ ସାଂସ୍କୃତିକ ଯୋଗଦାନ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଆନ୍ଧ୍ର ନିବାସୀ ଓଡ଼ିଆ କଳାକାର ତଥା ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘର ଉପ-ସଭାପତି କୁମାର ନାୟକ ମଧ୍ଯ ନିଜସ୍ବ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର, ଟେଲିଫିଲ୍ମ ଓ ମଞ୍ଚ ନାଟକ ପାଇଁ ଏହି ପୁରସ୍କାର ଲାଭ କରିଛନ୍ତି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଏସ୍. ପି. ଭାରତୀ, ମହିଳା କମିଶନ (ଆ.ପ୍ର) ତେୟାରମେନ୍ କେ. ସତ୍ୟ ଶୈଳଜା, ଇଣ୍ଡୋଆଫ୍ରିକା ଟ୍ରେଡ୍ କାଉନସିଲ ସଦସ୍ୟ କେ ଭି ରେଡ୍ଡି ପ୍ରଖ୍ୟାତ ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏମ୍. ପ୍ରସାଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ହିନ୍ଦୁ ନବବର୍ଷ ପାଳନୋତ୍ସଵର ତାତ୍ପଯ୍ୟ ଉପରେ ଆଲୋକପାତ କରିବା ସହ ବିଭିନ୍ନ କ୍ଷେତ୍ର ବିଶେଷର

ପ୍ରତିଭାଦୀପ୍ତ କଳାକାରମାନଙ୍କୁ ଉପାୟନ, ମାନପତ୍ର ଓ ସ୍ମାରକୀ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମହାସଂଘ ପ୍ରଯୋଜିତ ତଥା ଡା. ସାହୁଙ୍କ ଦ୍ବାରା ରତିତ ଓ ନିର୍ଦ୍ଦେଶିତ ଓଡିଆ ନାଟକ ‘ଦୁର୍ଦ୍ଦଶା’ ଅତ୍ଯନ୍ତ ସଫଳତାର ସହ ପରିବେଷଣ କରାଯାଇଥିଲା। ଏଥିରେ ତିରୁପତି ସାହୁ, କୁମାର ନାୟକ, ନୀଳକଣ୍ଠ ନାଲ୍ଲା, କୋରା ଗୌଡ, ଯୁଦ୍ଧିଷ୍ଠୀର ଭଞ୍ଚସାମନ୍ତ, ଶାରଦା, କୁମାରୀ ଲାସ୍ୟା ପ୍ରମୁଖ ଅଭିନୟ କରିଥିବାବେଳେ ସ୍ବର ବିବୁଧ ରମେଶ ତନ୍ଦ୍ର ସ୍ବାଇଁ ସଙ୍ଗୀତ ପରିତାଳନା କରିଥିଲେ। ନାଟକଟିର ସଫଳ ପରିବେଷଣ ଓ ନନ୍ଦୀ ପୁରସ୍କାର ପ୍ରାପ୍ତ ଡା. ସାହୁ ଏବଂ କଳାକାରମାନଙ୍କୁ ମହାସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ad-week
Leave A Reply

Your email address will not be published.