ହାତୀବେନା ଡିଏନକେ ଗ୍ରାମରେ ଶ୍ରୀ ଶ୍ରୀ ମା ବାସନ୍ତୀ ପୂଜା ଆରମ୍ଭ…

add-all

ଉମରକୋଟ ( ସପ୍ର ) ଚୈତ୍ର ମାସର ଅବସାନରେ ହିନ୍ଦୁ ନବବର୍ଷର ବୈଶାଖ ମାସର ପ୍ରଥମ ଦିନରେ ମା ବାସନ୍ତୀ ମାତାର ଦରଶନରେ ସମସ୍ତ ପଲ୍ଲୀ ଗ୍ରାମରେ ଖୁସିର ଲୋହରି ଖେଳି ଯାଇଛି। ଆଜି ସକାଳେ ପଲ୍ଲୀ ଗ୍ରାମ ହାତୀବେନାର ଭକ୍ତି ମତି ମାତୃ ବୃନ୍ଦ ସହିତ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଗଙ୍ଗାକୁ ବରନ କରି ସୁଦ୍ଧାଚାରେ ପାଣି ଆଣିବାକୁ ଯିବାର ଦୃଶ୍ୟ ଅତି ମନୋରମ। ଏହି ଛୋଟ ଗ୍ରାମର ସମସ୍ତେ ମିଳିମିଶି ପ୍ରତି ବର୍ଷର ନ୍ୟାୟ ଏ ବର୍ଷ ମଧ୍ୟ ବାସନ୍ତୀ ମାତାର ପୂଜାର ଆୟୋଜଣ କରିଛନ୍ତି। ଭକ୍ତି ଭାବରେ ନୀତି ନିୟମ ଅନୁସାରେ ପୂଜା ହୁଏ। ଗ୍ରାମର ସମସ୍ତଙ୍କ ବିଶ୍ୱାସ ଏହି ପୂଜା କରିବା ଦିନଠାରୁ ଗ୍ରାମରେ ସମସ୍ତେ ନିଜ ନିଜ ପରିବାର ଧରି କୌଣସି ଦୁରାରୋଗ୍ୟ ରୋଗରେ ପୀଡ଼ିତ ନ ହୋଇ ଭଲରେ ରୁହନ୍ତି। ପାଞ୍ଚ ଦିନ ବ୍ୟାପି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନେଇ ପୂଜାଟି ସୁ -ସମ୍ପୂର୍ଣ୍ଣ ହୁଏ।ପୂଜାର ପ୍ରେସିଡେଣ୍ଟ ଯୁବକ କମିଟିର ପ୍ରଭାସ ସରକାର, ସେକ୍ରେଟାରୀ ଜଗ ବିଶ୍ୱାସ, କ୍ୟାସିୟାର ଯତିଶ ରାୟ ଓ ଉପଦେଷ୍ଟା ମଣ୍ଡଳି ପ୍ରଦୀପ ସରକାର, କାଲିପଦ ସରକାର, କମଳ ବିଶ୍ୱାସ,ମଧୁ ତାପାଲି, ଫାଲ୍ଗୁନ ସରକାର ଓ ପ୍ରମୁଖ ଗ୍ରାମବାସୀ ଦାୟିତ୍ୱ ନେଇ ଶ୍ରୀ ଶ୍ରୀ ବାସନ୍ତୀ ମାତାର ପୂଜାଟି ଯେପରି ସୁସମ୍ପୂର୍ଣ ହୁଏ ତାହାର ପ୍ରତି ସଦା ମନନିବାସ କରି ଜାଗ୍ରତ ରୁହନ୍ତି। ଆଖ ପାଖ ଜଣସାଧାରଣଙ୍କୁ ପୂଜା ଦେଖି ପୂଜାରେ ସମସ୍ତ ସାଂସ୍କୃତ କାର୍ଯ୍ୟକ୍ରମରେ ଭାଗ ନେବା ଓ ପ୍ରସାଦ ସେବନ କରିବା ପାଇଁ ଉପଦେଷ୍ଟା ମଣ୍ଡଳି ସହ ପୂଜା ପରିଚାଳକ ବୃନ୍ଦ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.