ପ୍ରଚାର ବେଳେ ବିଜେଡି ନେତା ଅରୂପ ପଟ୍ଟନାୟକ ଅସୁସ୍ଥ

add-all

ପୁରୀ: ପୁରୀ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ ପିପିଲିରେ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ପ୍ରବଳ ଗରମ ଏବଂ ଆର୍ଦ୍ରତା ତାଙ୍କ ହଠାତ୍ ଅସୁସ୍ଥତାର ସମ୍ଭାବ୍ୟ କାରଣ ବୋଲି କୁହାଯାଇଛି।

ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଅରୂପ ପଟ୍ଟନାୟକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।  ସମାବେଶରେ ତାଙ୍କ ସହ ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ଉପସ୍ଥିତ ଥିଲେ। ଉତରା ଛକରୁ ପୁରୀ ଅଭିମୁଖେ ଶୋଭାଯାତ୍ରା ଚାଲିଥିବା ବେଳେ ଅରୂପ ଅସୁସ୍ଥ ହୋଇପଡିଛନ୍ତି। ଅରୂପ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଅନ୍ତିମ ଥର ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଅରୁପ ପଟ୍ଟନାୟକ ପରାଜିତ ହୋଇଥିଲେ। ଚଳିତଥର ପୁରୀରୁ ପ୍ରାର୍ଥୀ ହୋଇଛନ୍ତି।

ad-week
Leave A Reply

Your email address will not be published.