କେକରେ ସାକାରିନ ମାତ୍ରା ଅଧିକ ଥିବାରୁ ଚାଲିଯାଇଥିଲା ମାନବୀଙ୍କ ଜୀବନ

add-all

ପଟିଆଲା: ପଞ୍ଜାବର ପଟିଆଲାରେ କେକ୍ ଖାଇବା ପରେ ୧୦ବର୍ଷୀୟ ବାଳିକାଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣା ପରେ ନ୍ୟୁ ଇଣ୍ଡିଆ ବେକେରୀ ମାଲିକଙ୍କ ସମେତ ଚାରିଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା | ଏହି ମାସ ଆରମ୍ଭରୁ ଏଭଳି ଘଟଣା ଘଟିଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି | କୁହାଯାଉଛି ଯେ, କେକରେ ସାକାରିନର ମାତ୍ରା ଅଧିକ ଥିବାରୁ ୧୦ବର୍ଷୀୟ ବାଳିକାର ମୃତ୍ୟୁ ହୋଇଥିଲା |

ଖାଦ୍ୟ ଏବଂ ପାନୀୟରେ ଅଳ୍ପ ପରିମାଣର ସାକାରାଇନ୍ ବ୍ୟବହୃତ ହୁଏ, ଏହାର ଉଚ୍ଚ ସ୍ତର ମଣିଷର ରକ୍ତରେ ଗ୍ଲୁକୋଜ୍ ସ୍ତର ଶୀଘ୍ର ବଢ଼ାଇଦେଇଥାଏ |

ଉଲ୍ଲେଖଯୋଗ୍ୟ, ପଟିଆଲାର ଅମନ ନଗର ଅଞ୍ଚଳରେ ରହୁଥିବା ୧୦ବର୍ଷର ବାଳିକା ମାନବୀଙ୍କ ଜନ୍ମଦିନ ମାର୍ଚ୍ଚ ୨୪ରେ ଥିଲା | ଏହି ଅବସରରେ ତାଙ୍କ ମାଆ କାଜଲ ଜୋମାଟୋରେ ଥିବା କାହ୍ନା ଫାର୍ମରୁ ଏକ କେକ ଅର୍ଡର କରିଥିଲେ। ରାତିରେ ପରିବାରର ସମସ୍ତେ ଜନ୍ମଦିନ ପାଳନ କରି ସେହି କେକ ଖାଇଥିଲେ। କେକ୍ ଖାଇବା ପରେ ମାନବୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ଚିକିତ୍ସା ସମୟରେ ମାନବୀଙ୍କର ମୃତ୍ୟୁ ହୋଇଥିଲା।

ମାନବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କେକ୍ ପଠାଇଥିବା କାହ୍ନା ଫାର୍ମ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ଯେତେବେଳେ ଅନୁସନ୍ଧାନ କରାଗଲା, ସେତେବେଳେ ଦିଆଯାଇଥିବା ଠିକଣା ନକଲି ବାହାରିଥିଲା | ଠିକଣାରେ ପୁଲିସ ପହଞ୍ଚିବା ବେଳକୁ ସେଠାରେ ସେଭଳି କୌଣସି ଦୋକାନ ନଥିବା ଜାଣିବାକୁ ପାଇଥିଲା | ଏହା ପରେ, ମାର୍ଚ୍ଚ ୩୦ରେ, ମାନବୀଙ୍କ ପରିବାର ପୁନର୍ବାର ଜୋମାଟୋ ମାଧ୍ୟମରେ ସେହି କାହ୍ନା ଫାର୍ମରୁ ଆଉ ଏକ କେକ ଅର୍ଡର କରିଥିଲେ | ଯେତେବେଳେ ଡେଲିଭରି ଏଜେଣ୍ଟ ଏହାକୁ ଦେବା ପାଇଁ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ କାବୁ କରି ଦୋକାନରେ ପହଞ୍ଚିଥିଲେ ପରିବାର ଲୋକେ | ସେଠାରେ ପହଞ୍ଚିବା ପରେ ଦୋକାନର ନାମ ନ୍ୟୁ ଇଣ୍ଡିଆ ବେକେରୀ ବୋଲି ଜଣାପଡିଥିଲା | ନାମ ବଦଳାଇ ମାଲିକ ଜୋମାଟୋରେ ନିଜ ବ୍ୟବସାୟ ଚଳାଉଥିବା ଜାଣିବାକୁ ପାଇଥିଲେ ପରିବାର | ପୁଲିସକୁ ଏ ନେଇ ସୂଚନା ଦିଆଯିବାରୁ ୩ଜଣଙ୍କୁ ଗିରଫ କରିଥିଲା ପୁଲିସ |

ad-week
Leave A Reply

Your email address will not be published.