ଜଳିଗଲା ୩୬ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

add-all

ମୁମ୍ବାଇ : ଚାହୁଁ ଚାହୁଁ ଜଳି ଗଲା ଯାତ୍ରୀବାହୀ ବସ୍‌। ବସ୍‌ରେ ଥିଲେ ୩୬ ଯାତ୍ରୀ। ଏହି ପୂରା ଘଟଣା ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ଜାତୀୟ ରଜପଥରେ ଏକ ଘରୋଇ ବସ୍‌ରେ ଆଜି ସକାଳୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏହି ବସ୍‌ଟି ମୁମ୍ବାଇରୁ ପୁଣେ ଯାଉଥିଲା। ତେବେ ହଠାତ୍‌ ବଡଗାଓଁ ପୁଲିସ ଥାନା ନିକଟରେ ଥିବା ଆଡେ ଗାଁରେ ପହଞ୍ଚିବା ପରେ ବସ୍‌ର ଟାୟର୍‌ ଫାଟି ଯାଇଥିଲା।
ପରେ ବସ୍‌ରେ ସଟ୍ ସର୍କିଟ୍ ହୋଇ ଏଥିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବସ୍‌ରେ ଥିବା ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ଆସିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
ବସ୍‌ରେ ନିଆଁ ଲାଗିଥିବା ସୂଚନା ପାଇବା ମାତ୍ରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ। ବସ୍‌ରେ ନିଆଁ ଲାଗିବା କାରଣରୁ ମୁମ୍ବାଇ ପୁଣେ ଏକ୍ସପ୍ରେସ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଏହି ପୂରା ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଭିଡିଓରେ ବସ୍‌ଟି ଭୟଙ୍କର ଭାବେ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ତେବେ ନିଆଁକୁ ଆୟତ୍ତ କରିବା ପରେ ଜାତାୟତ ସ୍ୱାଭାବିକ ହୋଇଥିବା ପୁଲିସ ସୂଚନା ଦେଇଛି।

ad-week
Leave A Reply

Your email address will not be published.