ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

add-all

ପୁରୀ : ପୁରୀ ସହରରେ ବ୍ୟାପିଛି ଝାଡ଼ାବାନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଅଣାୟତ୍ତ ହେଲାଣି ଝାଡ଼ାବାନ୍ତି । ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।
ପୁରୀର ବାଲି ସାହି, ରେଡକ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ମୃତକଦ୍ୱୟ ହେଲେ ଦାମୋଦର ପଣ୍ଡା,ପୂର୍ଣ୍ଣବାସୀ ମଠର ମାତା ମା’ । ଏଥିସହ ଘରେ ଘରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଆଉ କିଛି ଗୁରୁତର ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ଅଣ୍ଡର ଗ୍ରାଉଣ୍ଡ ପାଇପ୍‌ ଫାଟି ପାଣି ଟ୍ୟାପ୍‌ରେ ମିଶୁଥିବାରୁ ଏପରି ସ୍ଥିତି ଉପୁଜୁଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ୩ ଦିନ ହେଲାଣି ଅଭିଯୋଗ ହେବା ପରେ ଅଧିକାରୀ ଆଜି ଆସିଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଅଧିକାରୀ କହିଛନ୍ତି, ମାତ୍ର ୨,୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆମେ ଟାଙ୍କି ସଫା କରିବା ସହ ପାଣିରେ କ୍ଲୋରିନ ମିଶାଉଛୁ। ମାତ୍ର ସାହି ବାସିନ୍ଦା ଏହାକୁ ଖଣ୍ଡନ କରିବା ସହ ଅଧିକାରୀଜଣକ ସମ୍ପୂର୍ଣ୍ଣ ମିଛ କହୁଥିବା କହିଛନ୍ତି।
ଗତ ବର୍ଷ ବି ପୁରୀର ବାସିଳୀ ସାହି, ମାର୍କୁଣ୍ଡଶ୍ୱର ସାହିରେ ଝାଡ଼ାବାନ୍ତି ବ୍ୟାପିଥିଲା। ଚଳିତ ବର୍ଷ ବି ସମାନ ଅବସ୍ଥା। ତେବେ କ’ଣ ପାଇଁ ଏପରି ସ୍ଥିତି ଉପୁଜୁଛି ତାହା ସ୍ପଷ୍ଟ ହୋଇନି।

ad-week
Leave A Reply

Your email address will not be published.