ନିଷ୍କ୍ରିୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ସାଧାରଣ ଲୋକଙ୍କ ଭୁଆଁ ବୁଲାଉଛି ସରକାର..

ସରକାରୀ ଯୋଜନା ଏଠାରେ ଧର୍ମକୁ ଆଖି ଠାର…!!

add-all

ଉମରକୋଟ : ଓଡ଼ିଶା ସରକାର ଗରିବ ଶ୍ରେଣୀର ସାଧାରଣ ଗରିବ ଦୁଃଖୀ ଖଟିଖିଆ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି। ସେଥି ମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗୋଟିଏ ପ୍ରଧାନ ଅଙ୍ଗ। ସମୟ ବେଳେ ଯଦି ବିଜୁ ସ୍ୱାସ୍ଥ୍ୟ କାର୍ଡ କାମରେ ଆସିବ ନାହିଁ ତେବେ ଏହା ବଣ୍ଟନ କରି ଲାଭ କଣ ?। ଆସନ୍ୟା ଲୋକସଭା ଓ ବିଧାନସଭା ଆଖି ଆଗରେ ରଖି ଗତ ଫେବୃଆରୀ ମାସ ୨୦୨୪ ମସିୟାରେ ଗୋନା ପଞ୍ଚାୟତରେ ଏହି ପରି ନିଷ୍କ୍ରିୟ ଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ରାଜ ନେତା ମାନେ ବଣ୍ଟନ କରିଥିବା ଯୋଗୁଁ ରାଇଘର ବ୍ଳକରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।


ସୂଚନା ପ୍ରକାରେ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ଗୋନା ପଞ୍ଚାୟତ, ଗୋନାରେ ବସବାସ କରୁଥିବା ମିଥୁନ ହାଲଦାର ପିତା ରବି ହାଲଦାରଙ୍କ ଏକ ବିଜୁ ସ୍ୱାସ୍ଥ୍ୟ କାର୍ଡ ବିଗତ ୨୦୨୪ ମସିୟା ଫେବୃଆରୀ ମାସରେ ଶ୍ରୀ ଯୁକ୍ତ ରମେଶ ମାଝୀ ଓ ବ୍ଲକ ଚେୟାରମ୍ୟାନ ଶ୍ରୀମତି ନବୀନା ନାୟକ କର୍ତ୍ତିକ ବଣ୍ଟନ କରା ଯାଇଥିଲା। ବର୍ତ୍ତମାନ ମିଥୁନ ହାଲଦାରଙ୍କ ପୁଅ ପିୟୁଷ ହାଲଦାର ଯାହାର ବୟସ ୮ ବର୍ଷ। ଆନୁମାନିକ ଏକ ବର୍ଷ ହେବ ପେଟ ଯନ୍ତ୍ରଣା ଅନୁଭବ କରି ଆସୁଥିଲେ। ଦିନକୁ ଦିନ ଏହି ଯନ୍ତ୍ରଣା ବଡ଼ିବାରୁ ମିଥୁନ ନିଜ ପୁଅକୁ ଧରି ନବରଙ୍ଗପୁର ଜର୍ମାନୀ ହସ୍ପିଟାଲରେ ଚେକଅପ କରାଇ ଜାଣିବାକୁ ପାଇଥିଲେ ପୁଅର ଆପେଣ୍ଡିକ୍ସ ହେଇଛି। ମିଥୁନ ପାଖରେ ଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ଡାକ୍ତରଙ୍କ ଦେଖାଇବାରୁ ସେ ଜାଣିବାକୁ ପାଇଲେ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଆକ୍ଟିବ ନାହିଁ। ନବରଙ୍ଗପୁର ରୁ ଫେରି ରାଇଘର ଯୋଗାଣ ଅଧିକାରୀ ସହ ଯୋଗାଯୋଗ କରିବାରୁ ଯୋଗାଣ ଅଧିକାରୀ ସ୍ୟାର କହିଲେ ଏହି କାର୍ଡ ମେ ମାସରେ ଆକ୍ଟିବ ହେଲା ପରେ କାର୍ଯ୍ୟକାରୀ ହେବ। ମିଥୁନଙ୍କ କହିବା କଥା ବିଜୁ ସ୍ୱାସ୍ଥ୍ୟ କାର୍ଡ ଯଦି ସମୟ ବେଳେ କର୍ମରେ ନ ଆସିବ ହେଲେ ଏହା ଦେବାର କାରଣ କଣ ?। ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ମତେ ଏକ ପ୍ରକାର ଗୁମରାହ କରିଛନ୍ତି ସରକାର। ଏହି ପରି ନିଷ୍କ୍ରିୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ ଗୋନା ଅଞ୍ଚଳ ଓ ରାଇଘର ବ୍ଲକର ବୁଦ୍ଧିଜୀବୀ ମହଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ନିଷ୍କ୍ରିୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଇ ସାଧାରଣ ଜନତାଙ୍କ ଭୋଟ ହାତେଇବାକୁ ଭକୁୟା ବନାଉଛନ୍ତି କହି ମିଥୁନ ହାଲଦାର ତୀବ୍ର ପ୍ରତିବାଦ କରି ସରକାରଙ୍କୁ ଜବାବ ମାଗୁଛନ୍ତି।

ad-week
Leave A Reply

Your email address will not be published.