ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରୁ କିଛିଦିନ ହେଲା ରୀତିମତ ଭାବରେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ଏହି ଗଞ୍ଜେଇ କାରବାର ବଢ଼ିବଢ଼ି ଚାଲିଛି I ସେପଟେ ଏହି ଗଞ୍ଜେଇ କାରବାର ଉପରେ ପୋଲିସ ର କଡା ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ୍ୟ ପୋଲିସ କୁ ଚକମା ଦେଇ ବାହାର ରାଜ୍ୟ ଓ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆ ମାନେ ଅଂଚଳର କିଛି ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ମୋଟା ଅର୍ଥର ଲୋଭ ଦେଖାଇ ସେମାନଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ କରିଚାଲିଛନ୍ତି I ସେପଟେ କିଛିଦିନ ହେଲା ଅଂଚଳରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ପୋଲିସ ମଧ୍ୟ ଅଣ୍ଟା ଭିଡିଛି I ଲଗାତାର ଭାବରେ ପୋଲିସ ଅଂଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କରିଚାଲିଥିବା ବେଳେ ଅନୁରୂପ ଭାବରେ ପୁଣି ଥରେ ଫିରିଙ୍ଗିଆ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା I ତେବେ ପୋଲିସ ର ସୂଚନା ଅନୁସାରେ ଗୋଟିଏ ଦିନରେ ଦୁଇଟି ପୃଥକ ଜାଗାରେ ଚଢ଼ାଉ କରି ସମୁଦାୟ ଦଶ କୁଇଣ୍ଟାଲ ଆସିଏ କିଲୋ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଏଥର ମଧ୍ୟ୍ୟ କୌଣସି ଗଞ୍ଜେଇ ବ୍ୟବସାୟୀ ଧରା ପଡ଼ିନଥିବା ପୋଲିସ ସୂଚନା ଦେଇଛି I ତେବେ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଙ୍କ ନେତୃତ୍ୱରେ ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ଗାଁ ପାଖ ଜଙ୍ଗଲ ରେ ଚାଲାଣ ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ଏକ ହଜାର 65 କିଲୋ ଗଞ୍ଜେଇ ଜବତ କରିଥିଲେ I ସେଇଭଳି ଏସଏଇ ପ୍ରମୋଦ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସେହି ସାଡୀଙ୍ଗିଆ ପଂଚାୟତ ବେଡାକେତା ଗାଁ ର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯାଇ ସେହି ଘରୁ ପ୍ରାୟ ପନ୍ଦର କିଲୋ ଗଞ୍ଜେଇ କୁ ଜବତ କରିଛି ପୋଲିସ I ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ 103/2024 ଓ 104/2014 ରେ ଦୁଇଟି ପୃଥକ ମାମଲା ରୁଜି କରି ଜବତ ଗଞ୍ଜେଇକୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I ଅନ୍ୟପଟେ ଏହି ଚଢ଼ାଉ ରେ ଥାନାରେ କାର୍ଯ୍ୟରତ ଏସଏଇ ଦୀପକ କୁମାର ରାଉତ, ଏଏସଏଇ ଶ୍ରୀକାନ୍ତ ପତ୍ର, ଏଏସଏଇ ପ୍ରମୋଦ କୁମାର ପ୍ରଧାନ ଙ୍କ ସହ ଅନ୍ୟକର୍ମଚାରୀ ମାନେ ମଧ୍ୟ ସାମିଲ ଥିବା ଘଟଣାର ତଦନ୍ତ କାରି ପୋଲିସ ଅଧିକାରୀ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି I
