ଅବକାରୀ ଚଢାଉ:ବୁଡେନପଙ୍ଗାରେ ୨୨୦ କିଗ୍ରା ଗଞ୍ଜେଇ ଜବତ ସହ ଜଣେ ମହିଳା ଗିରଫ…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଅବକାରୀ ବିଭାଗକୁ ମିଳିଛି ସଫଳତା ।କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ପରିଚାଳନାରେ ଏହି ଚଢାଉ, ବିଶେଷ ସୂତ୍ରରୁ ଖବର ପାଇ କଟ୍ରିଙ୍ଗିଆ ପଞ୍ଚାୟତ ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗାଁରେ ଜଣେ ମହିଳା ତାଙ୍କ ବାରିପଟ କଦଳୀ ବଗିଚାରେ ଗଞ୍ଜେଇ ରଖିଥିବା ଖବର ପାଇଥିଲେ। ଏସ ଆଇ ପୂର୍ଣ୍ଣ ଚନ୍ଦ୍ର ବେହେରା ଏବଂ ଏ ଏସ ଆଇ ଭବାନୀ ଶଙ୍କର ସେଠୀ,ଏସ ଆଇ ମୋବାଇଲ ସୁଜିତ କୁମାର ମୁଦୁଲି ଏବଂ ଭୃଗୁପତି ଦିଗାଲ,ଏସ ଆଇ ସଦାଶିବ ରଣା, ଏମ ସଞ୍ଜୀବ କୁମାର,ମିନତୀ ଗୁନ୍ତିଆ, ସଚିନ ଗୁରୁ ଏକ୍ସଆଇଜ କନେଷ୍ଟବଳ ଏବଂ ଷ୍ଟାଫ କଟ୍ରିଙ୍ଗିଆ ମୁଖ୍ୟ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ । ସଠିକ ଖବର ପାଇ ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗ୍ରାମର ବବିତା କହଁରଙ୍କ ଘର ବାଡ଼ିରେ ଥିବା କଦଳୀ ବଗିଚାରେ ଏଗାରଟି ବସ୍ତା ରେ ଗଞ୍ଜେଇ ଚାଲାଣ କରିବା ଉଦ୍ଦେଶ୍ୟରେ ରଖାଯାଇ ଥିବା ଜାଣି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୨୨୦ କିଗ୍ରା ଗଞ୍ଜେଇ ଜବତ କରିଥିଲେ। ଏଥି ସହିତ ବବିତା କହଁରକୁ ଗିରଫ କରି ଏକ ମାମଲା ଥାନା କେଶ ନମ୍ବର ୦୪/୨୪ ରୁଜୁ କରିବା ସହ କୋର୍ଟ ଚାଲାଣ କରିଥିବା ଅବକାରୀ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.