ଫୁଲବାଣୀ : ଫୁଲବାଣୀ ପୌରପରିଷଦରେ ବିଜୁ ଜନତା ଦଳର ୩ ନମ୍ବର ୱାର୍ଡରେ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କିଶୋର ଛୋଟରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ନଗର ସଭାପତି ବିମଳ ପାଢ଼ୀ, ପୌରପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, ୭ ନମ୍ବର ୱାର୍ଡ଼ କାଉନସିଲର ଟୁନି ସେଠି, ୧୩ ନମ୍ବର କାଉନସିଲର ମାଧବୀ ମିଶ୍ର, ରାଜ୍ୟ ଯୁବ ଜନତା ଦଳ ସଂପାଦକ ଶତ୍ରୁଘ୍ନ ମହାନନ୍ଦିଆ, ପୂର୍ବତନ କାଉନସିଲର ଭାଗବତ ବେହେରା, ବିଜେଡି ନେତା କମଳ ବେହେରା, ବିଜେଡି ନେତା ରାଧାମୋହନ ମହାପାତ୍ର, ୱାର୍ଡ଼ ସଭାପତି ସରୋଜ ଦିଗାଲ, ନଗର ସମ୍ପାଦିକା ସୁଚିତ୍ରା ନାୟକ, ଜିଲ୍ଲା ମହିଳା ଉପ ସଭାନେତ୍ରୀ ନମିତା ବେହେରା ଏବଂ ୱାର୍ଡ଼ ର ମୁଖ୍ୟ ଓ ସକ୍ରିୟ କର୍ମୀ ମାନଙ୍କ ଉପସ୍ଥିତି ରେ 3 ନମ୍ବର ୱାର୍ଡର ସ୍ଵାଧୀନ କାଉନସିଲର ସୁଶ୍ରୀ ବିରଜା କହଁର ଙ୍କୁ ବିଜୁ ଜନତା ଦଳରେ ସାମିଲ୍ କରାଯାଇଥିଲା। ବିରଜା ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣୀତ ହୋଇ ବିଜେଡି ରେ ସାମିଲ୍ ହେବା ପାଇଁ ଆଗ୍ରହ ପ୍ରକାଶ କରି ଦରଖାସ୍ତ ଦେଇଥିଲେ ତାକୁ ବିଚାର କରି ଆଜି ବିଧିବଦ୍ଧ ଭାବେ ତାଙ୍କୁ ଦଳରେ ସାମିଲ୍ କରାଯାଇଅଛି। ଆଜିର ବୈଠକରେ ଆଗାମୀ ନିର୍ବାଚନରେ ବିଧାୟିକା ପ୍ରାର୍ଥୀନି ଶ୍ରୀମତୀ ଜୟଶ୍ରୀ କହଁର ଓ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟ କରିବାକୁ କର୍ମୀ ଓ ନେତା ମାନେ ସଂକଳ୍ପ ନେଇଥିବା ଫୁଲବାଣୀ ନଗର ସଭାପତି ବିମଳ ପାଢ଼ୀ ସୁଚନା ଦେଇଛନ୍ତି।
