କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ

add-all

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା  ଲାଗିଛି।  ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି।

ତେବେ ଏହି ନିଲମ୍ବନ ସାମୟିକ ବୋଲି କୁହାଯାଉଥିବା ବେଳେ ଯେପର୍ଯ୍ୟନ୍ତ ଏହା କୋହଳ ହୋଇନାହିଁ କୁସ୍ତିଯୋଦ୍ଧା ପୁନିଆ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ବଜରଙ୍ଗ ପୁନିଆଙ୍କୁ ତାଙ୍କ ପରିସ୍ରା ନମୁନା ଦେବାକୁ କହିଥିଲା। କିନ୍ତୁ ଷ୍ଟାର ରେସଲର ନାଡାର ଏହି ନିଦ୍ଦେର୍ଶକୁ ଅଣାଦେଖା କରିଥିଲେ।  ପରିସ୍ରା ନମୁନା ନଦେବା ଘଟଣାକୁ ନେଇ ବଜରଙ୍ଗ ପୁନିଆଙ୍କୁ ଲୋକେ ଓ ଅଧିକାରୀ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

ଏଥିସହିତ ନାଡା ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସିଙ୍କୁ ଏ ବିଷୟରେ ଅବଗତ କରାଇଥିଲା । ଏହାପରେ ବିଶ୍ୱ ଆଣ୍ଟି ଡୋପିଂ ନାଡାକୁ କହିଥିଲା କି,  ଏକ ନୋଟିସ୍ ଜାରି କରି ବଜରଙ୍ଗ ପୁନିଆଙ୍କୁ ପ୍ରଶ୍ନ କରାଯାଉ କି ସେ ପରିସ୍ରା ନମୁନା ଦେବାକୁ କାହିଁକି ମନା କଲେ ଏହା ପଛର ଉଦ୍ଦେଶ୍ୟ କ’ଣ?

ଏହାପରେ ନାଡା  ଏପ୍ରିଲ୨୩ ରେ ବଜରଙ୍ଗ ପୁନିଆଙ୍କୁ ଏକ ନୋଟିସ୍ ପଠାଇ ମଇ ୭ ତାରିଖ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛି। । ନାଡା ପ୍ରଶ୍ନର ଉତ୍ତର ଦେଲେ ଯାଇ ବଜରଙ୍ଗ ପୁନିଆଙ୍କ ବିରୋଧ ହୋଇଥିବା ଏହି ଅଭିଯୋଗର ଆଗାମୀ ଶୁଣାଣି ହୋଇପାରିବ।

ad-week
Leave A Reply

Your email address will not be published.