ଯୁବତୀଙ୍କ ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ କଡ଼ୁରାହା ପଙ୍ଗାପଡା ଗାଁରେ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୁଲିସ ଜବତ କରିଥିଲା। ଯୁବତୀଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଯୁବକ ସତ୍ୟବାନ କହଁରକୁ ଆଜି ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। । ପରିବାର ଲୋକଙ୍କ ଏତଲା ଅନୁସାରେ କିଛିଦିନ ତଳେ ମୃତ ଯୁବତୀଙ୍କୁ ଜଣେ ଯୁବକ ଅପହରଣ କରିନେଇଥିଲା। ତେବେ ଗତ ୧୩ ତାରିଖ ଦିନ ଯୁବତୀ ଜଣକ କୌଣସି ପ୍ରକାରେ ଖସି ଆସି ଯୁବକଙ୍କ ପରିବାର ତାଙ୍କୁ ନିର୍ଯାତନା ଦେଉଥିବା ପରିବାରବର୍ଗଙ୍କୁ କହିଥିଲେ। ଗତ ୧୬ ତାରିଖ ଦିନ ପୁଣି ଯୁବକ ପରିବାର ଲୋକେ ଝିଅକୁ ବୁଝାସୁଝା କରି ନିଜ ଘର କୁ ନେଇଥିଲେ। ମାତ୍ର ୧୫ ଦିନ ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସୂଚନା ପାଇଥିଲେ। ମୃତ ଯୁବତୀଙ୍କ ପିତା ତାଙ୍କ ଝିଅକୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ତାହାରି ଆଧାରରେ ପୁଲିସ ମୃତ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ କିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଥିଲା । ଥାନା କେସ୍ ନମ୍ବର ୧୦୯/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିଲା।

ad-week
Leave A Reply

Your email address will not be published.