ଅଯୋଧ୍ୟା ଯାଇ ରାମ ଲଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ

add-all

କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଯାଇ ରାମ ଲଲାଙ୍କ ଦର୍ଶନ କରିଛନ୍ତି। କେରଳ ରାଜ ଭବନ ପକ୍ଷରୁ ଏନେଇ Xରେ ଏକ ପୋଷ୍ଟ କରାଯାଇଛି |

ରାଜ୍ୟପାଳ ଅରିଫ ମହମ୍ମଦ ଖାନ ଗଣମାଧ୍ୟମକୁ କହିଛନ୍ତି, ଜାନୁଆରୀ ମାସରେ ମୁଁ ଦୁଇ ଥର ଅଯୋଧ୍ୟା ଯାଇଥିଲି। ସେତେବେଳେ ସେଠାକୁ ଯାଇ ଯେମିତି ଅନୁଭବ କରିଥିଲି, ଏବେ ବି ସେମିତି ଅନୁଭବ କରୁଛି। ମୁଁ ଅନେକ ଥର ଅଯୋଧ୍ୟା ଯାଇଛି। ଅଯୋଧ୍ୟକୁ ଯିବା ଓ ଶ୍ରୀରାମଙ୍କୁ ପୂଜା କରିବା ଆମ ପାଇଁ କେବଳ ଏକ ଖୁସିର କଥା ନୁହେଁ, ଏହା ଏକ ଗର୍ବର କଥା। 

କେରଳ ରାଜ୍ୟପାଳଙ୍କ ଅଫିସିଆଲ X ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ରାମ ମନ୍ଦିରରେ ରାମ ଲଲାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ସେ ମୁଣ୍ଡିଆ ମାରି ଓ ହାତଯୋଡ଼ି ରାମ ଲଲାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। 

ad-week
Leave A Reply

Your email address will not be published.