
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଡ୍ରାଏଭର ସରୋଜ କୁମାର ବେହେରାଙ୍କୁ ଶାରୀରିକ ମାନଶୀକ ନିର୍ଯାତନା ଦେବା ସହିତ ମିଥ୍ୟା କେସରେ ଜେଲରେ ପୁରାଇ ଦେଇଥିଲେ ବୋଲି ଗଣମାଧ୍ଯମ ଆଗରେ ପ୍ରକାଶ କରିଛନ୍ତି ହୋମଗାର୍ଡ ସରୋଜ କୁମାର ବେହେରା l ଆଇ, ଆଇ, ସି, ପ୍ରଭାତ ବେହେରା ନିଜ ଗ୍ରାମ ସଙ୍ଗିଡି ଜିଲ୍ଲା କେନ୍ଦ୍ରାପଡ଼ା ନେଇ ନିଜର ଘରୋଇ କାମ ତଥା ବଗିଚାରେ ମାଟି ଖୋଳିବା,ଘରର ସମସ୍ତ ପରିବାର ସଦସ୍ୟଙ୍କ ଲୁଗାପଟା ସଫା କରିବାକୁ ଆଇ, ଆଇ, ସି, ପ୍ରଭାତ କୁମାର ବେହେରା, ହୋମଗାର୍ଡ ସରୋଜଙ୍କୁ ବାଧ୍ୟ କରୁଥିଲେ l ନିରିହ ହୋମଗାର୍ଡ ଜଣକ ଉକ୍ତ କାର୍ଯ୍ୟ କରିବା ପାଇଁ ବାରଣ କରିବାରୁ ତାଙ୍କୁ ଗୋଛାପଡା ଥାନା ଅଧିକାରୀ ମିଥ୍ୟା କେସରେ ଜେଲରେ ପୁରାଇ ଥିବା ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ହୋମଗାର୍ଡ ସରୋଜ।ବର୍ତ୍ତମାନ ସରୋଜ ଆଇନର ଆଶ୍ରୟ ନେଇ ବେଲ୍ ରେ ଆସିବା ପରେ ତାଙ୍କୁ ଡିୟୁଟି ନଦେଇ ଦିଆଯାଉଛି ବିଭିନ୍ନ ପ୍ରକାର ଧମକ । ପୀଡ଼ିତା ହୋମଗାର୍ଡ ଆଜି କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟଙ୍କ ଦ୍ଵାରସ୍ଥ ହୋଇ ଲକ୍ଷିତ ପତ୍ର ହୋଇଛନ୍ତି। ଏପରି ଘଟଣା କନ୍ଧମାଳ ଜିଲ୍ଲାରେ ୨୦୨୨ ମସିହାର କୋଟଗଡ଼ ଥାନା ଅଧୀକାରୀ ଧିରେଜ ଲେଙ୍କା ହୋମଗାର୍ଡ କବିଚନ୍ଦ୍ର ନାୟକଙ୍କୁ ନିର୍ଯାତନା ଦେଇ ନାହିଁ ନଥିବା ହଇରାଣ କରୁଥିଲେ। ଉକ୍ତ ଘଟଣାର ସମାଧାନ କନ୍ଧମାଳ ଜିଲ୍ଲାର ଗଣ ମାଧ୍ୟମ ବନ୍ଧୁ ମାନଙ୍କ ଦ୍ଵାରା ସମାଧାନ କରାଯାଇଥିବା ବେଲେ। ପୁନର୍ବାର ଗୋଛାପଡା ଥାନା ସହିତ ଫିରିଙ୍ଗିଆ ସଦର ଥାନା ଅଧିକାରୀ ମାନେ ବର୍ତ୍ତମାନ ତଳିଆ କର୍ମଚାରୀ ମାନଙ୍କ ଉପରେ ବ୍ରିଟିସ ଶାସନ ଚଳେଇ ଥିବା ବିଭିନ୍ନ ଚା ଖଟି ମାନଙ୍କରେ ପୋଲିସ କର୍ମଚାରୀ ମାନେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଏଥିରେ ପ୍ରଶ୍ନ ଉଠିଛି କି ଜଦି ପୋଲିସ ବିଭାଗରେ କାର୍ଯ୍ୟରତ ତଳିଆ କର୍ମଚାରୀ ମାନଙ୍କୁ ଉପରିସ୍ଥ ଅଧିକାରୀ ମାନେ ସୁରକ୍ଷା ଦେବାରେ ଅବହେଳା କରୁଛନ୍ତି। ତାହେଲେ ନିରିହ ଜନସାଧାରଣଙ୍କ କଥାକୁ ବୁଝିବ କିଏ ?