କନ୍ଧମାଳ ରୁ ବ୍ରହ୍ମପୁର କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ପୋଲିସ…

add-all

୮୪ କେଜି ଗଞ୍ଜେଇ ଜବତ, ୨ ଗାଡି ସହିତ ୫ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରୁ ଦୁଇଟି କାର୍ ରୁ ୮୪କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ପୋଲିସ। ୨ ଗାଡି ଜବତ କରିବା ସହ ୫ ଗିରଫ ଓ ସେମାନଙ୍କ ଠାରୁ ୩ ଗୋଟି ମୋବାଇଲ ଜବତ । ଏହି ସବୁ ଗଞ୍ଜେଇ କନ୍ଧମାଳ ରୁ ବ୍ରହ୍ମପୁର ଅଭିମୁଖେ ଚୋରା ଚାଲାଣ ହେଉଥିଲା, କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ। ତେବେ ଫାଷ୍ଟଗେଟ ଛକଠାରେ ଜଗି ବସିଥିଲା ପୋଲିସ।ଦୁଇଟି କାରକୁ ଅଟକାଇ ଯାଞ୍ଚ କରିବା ବେଳେ ଗଞ୍ଜେଇ ଜବତ ହୋଇଛି।ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ର କମଳ ଲୋଚନ ବେହେରା, ରାଜ ବିଶି ମାଝୀ, ଦିବ୍ୟ ଲୋଚନ ସିଙ୍ଗ, ମଧୁ ଭକ୍ତ୍ୟା, ବାବୁରି କହରକୁ ଗିରଫ କରିଛି ପୋଲିସ।ଜବତ ଗଞ୍ଜେଇ ର ମୂଲ୍ୟ ଆନୁମାନିକ ୩୦ ଲକ୍ଷ୍ୟ ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି। ଏହାକୁ ନେଇ ପି. ଆର ନମ୍ବର 169/24 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l

ad-week
Leave A Reply

Your email address will not be published.