ସିବିଆଇ ମାମଲାରେ ଜୁଲାଇ ୬ ଯାଏ ଜେଲ ଗଲେ ସିସୋଦିଆ

add-all

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ସିବିଆଇ ଏହି ଘଟଣାରେ ରୁଜୁ କରିଥିବା ମାମଲାରେ ସିସୋଦିଆଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜୁଲାଇ ୬ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି। ସିସୋଦିଆଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କର ମଧ୍ୟ ବିଚାର ବିଭାଗୀୟ ହାଜତ ଅବଧିକୁ କୋର୍ଟ ବୃଦ୍ଧି କରିଛନ୍ତି।
ସିସୋଦିଆଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରଥମେ ଇଡି ଗିରଫ କରିଥିଲା। ଏହାପରେ ସେ ସିବିଆଇ ଦ୍ୱାରା ମଧ୍ୟ ଗିରଫ ହୋଇଥିଲେ। ସିବିଆଇ ଓ ଇଡି ଉଭୟ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଫାଇଦା ଦେବା ପାଇଁ ଅବକାରୀ ନୀତି ପ୍ରଣୟନ କରାଯାଇଥିଲା। ଏଥିପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିଲା ଓ ଆପ୍‌ର ବିରିଷ୍ଠ ନେତାମାନେ ଏହାର ଫାଇଦା ହାସଲ କରିଥିଲେ ଉଭୟ ତଦନ୍ତକାରୀ ସଂସ୍ଥା ଦାବି କରିଛନ୍ତି।
ଏହି ଘଟଣାରେ ସିବିଆଇ ୨୦୨୩ ମସିହା ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେହି ସମୟରେ ସେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ଗିରଫଦାରୀର ଦୁଇ ଦିନ ପରେ ସେ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।

ad-week
Leave A Reply

Your email address will not be published.