ରାତିରେ ଗାଡ଼ି ଅଟକାଇ ପାରିବନି ପୁଲିସ୍‌, ଚାଲାଣ ବି କାଟି ପାରିବନି

add-all

ନୂଆଦିଲ୍ଲୀ : ଏବେ ଚାରିଆଡ଼େ ରାତି ସମୟରେ ବ୍ଲକିଂ ଓ ଚେକିଂ କରାଯାଉଛି। ତେବେ ଗାଡ଼ି ଚେକିଂ ସମୟରେ ପୁଲିସ୍‌ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଗୁରୁଗ୍ରାମ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାତି ବେଳା ପୁଲିସ୍‌ କର୍ମଚାରୀମାନେ ମନଇଚ୍ଛା କୌଣସି ଗାଡ଼ିକୁ ଅଯଥାରେ ଅଟକାଇ ପାରିବେ ନାହିଁ। ସେହିପରି ସେମାନେ ଚାଲାଣ ମଧ୍ୟ କାଟି ପାରିବେ ନାହିଁ। ଏହାଦ୍ୱାରା ଡ୍ରାଇଭରମାନେ ଆଉ ରାତିରେ ଅଯଥା ସମସ୍ୟାରେ ପଡ଼ିବେ ନାହିଁ।
ଯଦି ଅତି ଦରକାର ପଡ଼େ, ତା’ହେଲେ ଟ୍ରାଫିକ କର୍ମଚାରୀମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ଆଣି ପରେ ଚାଲାଣ କାଟି ପାରିବେ ବୋଲି ଟ୍ରାଫିକ ଡିସିପି ଜାରି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଟ୍ରାଫିକ ଡିସିପି ବୀରେନ୍ଦ୍ର ବିଜ୍‌ ୨୮ ତାରିଖରେ ଲେଖିଥିବା ଚିଠିରେ କହିଛନ୍ତି ଯେ “ରାତିବେଳେ କୌଣସି ଗାଡ଼ିକୁ ଯେମିତି କେହି ବି ଅଟକାଇବେ ନାହିଁ କିମ୍ବା ଚାଲାଣ କାଟିବେ ନାହିଁ, ସେ ସମ୍ପର୍କରେ ଟ୍ରାଫିକ ଇନସପେକ୍ଟରମାନେ ସେମାନଙ୍କ ଅଧୀନରେ ଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।
ଏମଭି ଆକ୍ଟ ଅଧୀନରେ ଯଦି କୌଣସି ଡ୍ରାଇଭରଙ୍କ ନାଁରେ ଚାଲାଣ କାଟିବାକୁ ପଡ଼ୁଛି, ତା’ହେଲେ ଗେଜେଟେଡ ଅଫିସର/ଅଧିକୃତ ଅଧିକାରୀଙ୍କ ଅନୁମତି ପରେ ହିଁ ଜାରି କରାଯାଇ ପାରିବ। ଏହି ନିର୍ଦ୍ଦେଶକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିବେ। ଯଦି ଏଥିରେ ତ୍ରୁଟି କିମ୍ବା ଅବହେଳା ହୁଏ, ତା’ହେଲେ ଟ୍ରାଫିକ ପୁଲିସ୍‌ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତତ୍କାଳ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ଗୁରୁଗ୍ରାମ ଜିଲ୍ଲାରେ ରାତ୍ରୀକାଳୀନ ଯାତାୟାତକୁ ଅଧିକ ସୁଗମ କରିବା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୁଲିସ୍‌କୁ ମୁତୟନ କରାଯାଇଛି। କିନ୍ତୁ ରାତି ସମୟରେ ଡ୍ୟୁଟି କରୁଥିବା ଟ୍ରାଫିକ ପୁଲିସ୍‌ କର୍ମଚାରୀମାନେ ଅଯଥାରେ ସାଧାରଣ ଲୋକଙ୍କ ଗାଡ଼ିକୁ ଅଟକାଉଛନ୍ତି। ସେମାନଙ୍କୁ ରାତି ସମୟରେ ହଇରାଣ କରାଯାଉଛି ଓ ବେଆଇନ ଭାବେ ଚାଲାଣ ମଧ୍ୟ କଟାଯାଉଛି ବୋଲି ବୀରେନ୍ଦ୍ର କହିଛନ୍ତି।
ଚିଠିରେ ସେ ଆହୁରି କହିଛନ୍ତି ଯେ ଟ୍ରାଫିକ ପୁଲିସ୍‌ କର୍ମଚାରୀମାନେ ରାତି ସମୟରେ ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ କ୍ଷେତ୍ରରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ।

ad-week
Leave A Reply

Your email address will not be published.