ନାଗପୁରରେ ପାରଦ ୫୬ ଡିଗ୍ରୀ !

add-all

ନୂଆଦିଲ୍ଲୀ : ଅସହ୍ୟ ଖରା। ଜଳି ଯାଉଛି ଶରୀର। ଆକାଶରୁ ବର୍ଷା ହେଉଛି ନିଆଁ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ କଳବଲ ହେଉଛନ୍ତି ଲୋକ। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର ନାଗପୁରରେ ପାରଦ ସିଧା ୫୬ ଡିଗ୍ରୀ ଛୁଇଁଛି।
ପୂର୍ବରୁ ଦିଲ୍ଲୀର ମୁଙ୍ଗେଶପୁରରେ ପାରଦ ୫୨.୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ହେଲେ ଏହି ରେକର୍ଡ ତାପମାତ୍ରାକୁ ଆଜି ନାଗପୁର ଅତିକ୍ରମ କରି ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନାଗପୁରରେ ଖଞ୍ଜା ଯାଇଥିବା ୪ଟି ଅଟୋମେଟିକ ୱେଦର ଷ୍ଟେସନ(AWS)ରୁ ୨ଟିରେ ସହରର ତାପମାତ୍ରା ଅସ୍ୱାଭାବିକ ଥିବା ରେକର୍ଡ କରାଯାଇଛି। ରିପୋର୍ଟ ଅନୁସାରେ, ରାମଦସପେଠରେ ପିଡିକେଭିର ୨୪ ହେକ୍ଟର ଖୋଲା କୃଷି ପଡ଼ିଆରେ ଲାଗିଥିବା ନାଗପୁର AWSରେ ତାପମାତ୍ରା ୫୬ ଡିଗ୍ରୀ ଛୁଇଁଥିବା ଉଲ୍ଲେଖ କରାଯାଇଛି।
ସେହିପରି ସୋନେଗାଓଁରେ ଥିବା ରିଜନାଲ ମେଟ୍ରୋଲୋଜିକାଲ ସେଣ୍ଟର୍‌ରେ ଲାଗିଥିବା AWSରେ ତାପମାତ୍ରା ୫୪ ଡିଗ୍ରୀ ରେକର୍ଡ ହୋଇଛି। ୱାର୍ଦ୍ଧ ରୋଡ୍‌ର ଖାପରି ସ୍ଥିତ ସିଆଇସିଆର ଠାରେ ଲାଗିଥିବା AWSରେ ପାରଦ ୪୪ ଡିଗ୍ରୀ ରହିଛି। ରାମଟେକ AWS ଦର୍ଶାଇଛି ଯେ ସ୍ଥାନୀୟ ଅଞ୍ଚଳରେ ଆଜି ତାପମାତ୍ରା ଦର୍ଶାଇଛି ଯେ ସ୍ଥାନୀୟ ଅଞ୍ଚଳରେ ଆଜି ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି।
ବୁଧବାର ଦିଲ୍ଲୀର ମୁଙ୍ଗେଶପୁରରେ ତାପମାତ୍ରା ୫୨.୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ତେବେ ହଠାତ୍‌ ପାରଦ ୫୩ ଡିଗ୍ରୀ ପାଖରେ ପହଞ୍ଚିବା ତଥ୍ୟକୁ କେହି ବି ସହଜରରେ ଗ୍ରହଣ କରି ପାରି ନଥିଲେ। ତେଣୁ ଆଇଏମଡି ସେଠାରେ ଲାଗିଥିବା ସେନସନରର ଯାଞ୍ଚ କରୁଛି।
ବିଶେଷଜ୍ଞମାନଙ୍କ କହିବା କଥା ଯେ AWSରେ ରେକର୍ଡ ହେଉଥିବା ତାପମାତ୍ରା ବେଳେବେଳେ ଭୁଲ ହୋଇଥାଏ। ତେଣୁ ପରବର୍ତ୍ତୀ ଅବସ୍ଥାରେ ଉପଯୁକ୍ତ ତଥ୍ୟ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.