ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

add-all

ଖୋର୍ଦ୍ଧା: ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖରାଜ ହୋଇଛି। ଖୋର୍ଦ୍ଧା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଶୁକ୍ରବାର ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ଆଜି ଏଡିଜେ-୨ କୋର୍ଟରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋନ ନେଇ ଶୁଣାଣି ହୋଇଥିଲା। ବରିଷ୍ଠ ଓକିଲ ପିତାମ୍ବର ଆଚାଯ୍ୟଙ୍କ ସମେତ ଖୋର୍ଦ୍ଧା ବାର ଆସୋସିଏସନର ପ୍ରାୟ ୪୦ଜଣ ଓକିଲ ଜଗଦେବଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ।
ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଗିରଫ କରିଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.