ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ: ଏସଆରସି

add-all

ଭୁବନେଶ୍ବର: ଗ୍ରୀଷ୍ମପ୍ରବାହ ସମୟରେ ସବୁଠୁ ସତର୍କ ରହିବାର ସମୟ ହେଉଛି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା। ଏହି ସମୟ ଭିତରେ ସତର୍କ ରହିଲେ ଅଂଶୁଘାତରୁ ବର୍ତ୍ତି ପାରିବା। ଏନେଇ ସୂଚନା ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା। ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୧୨, ଝାରସୁଗୁଡ଼ାରୁ ୬ଟି ମୃତ୍ୟୁ ଅଭିଯୋଗ ଆସିଛି। ତାହା ଅଂଶୁଘାତ ମୃତ୍ୟୁ କି ନୁହେଁ, ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ମେ ମାସରେ ରାତିରେ ରହୁଛି ଅଧିକ ଗରମ। ସିଭିୟର ଗରମ ରାତି ରହିବା ଫଳରେ ଶୋଇଲେ ବି ଶରୀର ବିଶ୍ରାମ ନେଉନି। ରାତିରେ ଗରମ ଅଧିକ ରହିଲେ ଲୋକଙ୍କ ପାଇଁ ବିପଦ। ବିନା ଏସିରେ ରାତିରେ ଘର ଭିତରେ ରହିଲେ ବି ବିପଦ।
ଏଣେ ଆସନ୍ତାକାଲି ଠୁ ତାପମାତ୍ରା ଧୀରେ ଧୀରେ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ନିମ୍ନଚାପ ରେଖା ହେତୁ କାଲି ଠାରୁ ଧୀରେ ଧୀରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ। ଏହି ଦୁଇ ଦିନ ଅଧିକ ସତର୍କ ରହିବାକୁ କୁହାଯାଇଛି।
ସକାଳ ସୁଦ୍ଧା ଚାନ୍ଦବାଲି ରେ ୯୧% ଆର୍ଦ୍ରତା ରହିଥିବା ବେଳେ, ବାଲେଶ୍ୱରରେ ୯୧%,ପାରାଦୀପରେ ୮୪, କେଉଁଝରରେ ୭୩, ଭୁବନେଶ୍ୱରରେ ୭୮% ଆର୍ଦ୍ରତା ରହିଛି।

ad-week
Leave A Reply

Your email address will not be published.