କେଜ୍ରିଓ୍ବାଲଙ୍କୁ ଝଟକା, ଅନ୍ତରୀଣ ଜାମିନ ଅବଧି ବଢାଇବାକୁ ମନାକଲେ ଦିଲ୍ଲୀକୋର୍ଟ

add-all

ନୂଆଦିଲ୍ଲୀ: ମଦ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ୭ ଦିନିଆ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କେଜ୍ରିଓ୍ବାଲ କରିଥିବା ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ଖାରଜ କରିଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୫ରେ ହେବ।
ଶୁଣାଣି ସମୟରେ ଇଡି କୋର୍ଟଙ୍କୁ କହିଥିଲା ଯେ ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ଆବାହକ କେଜ୍ରିୱାଲ ତଥ୍ୟ ଲୁଚାଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସମେତ ଅନେକ ପ୍ରସଙ୍ଗରେ ମିଥ୍ୟା ବୟାନ ଦେଇଛନ୍ତି। ଏହାର ଜବାବରେ କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ ସେ (କେଜ୍ରିୱାଲ) ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି।
ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କେଜ୍ରିଓ୍ଵାଲ ତାଙ୍କ ଆବେଦନରେ କହିଥିଲେ ଯେ ହଠାତ୍ ଏବଂ ଅସ୍ପଷ୍ଟ ଓଜନ ହ୍ରାସ ଏବଂ ଉଚ୍ଚ କେଟୋନ୍ ସ୍ତରକୁ ଦୃଷ୍ଟିରେ ରଖି ସିଟି ସ୍କାନ୍ ସମେତ ଅନେକ ଡାକ୍ତରୀ ପରୀକ୍ଷା କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଜାମିନ ଅବଧି କୁ ୭ ଦିନ ବୃଦ୍ଧି କରାଯାଉ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ ।
ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଜାମିନରେ ଥିବା ସମୟରେ ଡାକ୍ତରୀ ପରୀକ୍ଷା କରିବା ପରିବର୍ତ୍ତେ କ୍ରମାଗତ ଭାବରେ ରାଲି କରୁଥିଲେ ।

ad-week
Leave A Reply

Your email address will not be published.