ଛତ୍ରପୁର ଷ୍ଟାଇଲବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯକ୍ରମ…

add-all


ଛତ୍ରପୁର, ତା. ୧ / ୬ : ଛତ୍ରପୁର ଷ୍ଟାଇଲବଜାର ଆନୁକୂଲ୍ୟରେ ଶୁକ୍ରବାର ଏକ ଶିଶୁ ପ୍ରତିଭା କାର୍ଯକ୍ରମ ର ଆୟୋଜନ ହୋଇଥିଲା । ଏଥିରେ ସହରାଞ୍ଚଳ ର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରାୟତଃ ୧୩ବର୍ଷ ମଧ୍ୟରେ ଛାତ୍ର ଛାତ୍ରୀମାନେ ଅନୁଷ୍ଠିତ ଚିତ୍ରାଙ୍କନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସମସ୍ତ ପ୍ରତିଯୋଗୀ ଙ୍କୁ କମ୍ପାନୀ ତରଫରୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା କେ. ଲିପିଶ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଶ୍ରୀ ତ୍ରିଶିଟା ସେନାପତି ଦ୍ବିତୀୟ ସ୍ଥାନ, ଏମ୍. ଗୁଞ୍ଜନ ସେନାପତି ତୃତୀୟ ଏବଂ ଅକ୍ସରା ଦୋରା ମଧ୍ୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।କମ୍ପାନୀ ବ୍ରାଞ୍ଚ ଅଫିସର ଗଙ୍ଗାଧର ରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ଅଭିଭାବକ ଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ ।।

ad-week
Leave A Reply

Your email address will not be published.