‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ମାଟ୍ରିକ୍‌ ଚାମ୍ପିଅନ୍‌ସ-୨୦୨୪ କାର୍ଯ୍ୟକ୍ରମ…

add-all

ବ୍ରହ୍ମପୁର :  .ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ମାଟ୍ରିକ୍‌ ଚାମ୍ପିଅନ୍‌ସ-୨୦୨୪ କାର୍ଯ୍ୟକ୍ରମରେ ଡାଇମଣ୍ଡ ଜୁବୁଲି ଟାଉନ୍‌ ହଲ୍‌ରେ ଆୟୋଜିତ ହୋଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. ଓଝା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ବାଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀ ଙ୍କୁ ଭଲ ମଣିଷ ହେବାକୁ କହିଥିଲେ।‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଟ୍ରିକ୍‌ ପରୀକ୍ଷାରେ ଏ-୧ (୫୪୫ ଓ ତଦୁର୍ଦ୍ଧ୍ବ ମାର୍କ ରଖି ଗ୍ରେଡ୍‌ ପାଇଥିବା ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୩୨ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକୀୟ ଉପଦେ‌ଷ୍ଟା ସ୍ବରାଜ ମିଶ୍ର ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଏସ୍. ମୋହନ ରାଓ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାଓ ‘ସମ୍ବାଦ’ର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ପ୍ରତିଭାକୁ ଚିହ୍ନି ସମ୍ମାନିତ କରିବାରେ ‘ସମ୍ବାଦ’ ସବୁ ବେଳେ ଆଗରେ ରହିଛି ବୋଲି କହିଥିଲେ।। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ମହାନଗର ସଂଯୋଜକ ପ୍ରମୋଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବାର୍ତ୍ତା ବିଭାଗ ମୁଖ୍ୟ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ ପରିବାରର ସମସ୍ତ ସହଯୋଗୀ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.