ଅଭିଳାଷ ପଣ୍ଡାଙ୍କୁ ହୋଇଥିବା ଆକ୍ରମଣକୁ ବିରୋଧ…

add-all

ବ୍ରହ୍ମପୁର : ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିଵ ଶଙ୍କର ନାୟକଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଯୋଗ ଦେଇ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟଣାର ନିନ୍ଦା କରିବା ସହ ଭିକ୍ଷବ ପ୍ରଦର୍ଶନ କରିଥିଲେ। ଗତକାଲି ଚନ୍ଦବାଲି ଠାରେ ମନମୋହନ ସାମଲ ଙ୍କ ପାଇଁ ପ୍ରଚାର କରି ଫେରୁଥିବା ସମୟରେ ଶସିତା ଦେଇ ପୁର ନିକଟରେ ଅଭିଳାଷ ପଣ୍ଡା ଏବଂ ତାଙ୍କ ସହ କର୍ମୀ ମାନଙ୍କୁ ବିଜେଡି କର୍ମୀ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିବା ସଙ୍ଗେ ଗୁରୁତ୍ୱର ଆହତ ହୋଇଛନ୍ତି।ଚନ୍ଦବାଲି ହିଂସା ଏବଂ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ସମେତ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ଗୁଣ୍ଡାଙ୍କ ମାରନାନ୍ତକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଭିକ୍ଷବ ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ ବିଜେପି ଯୁବମୋର୍ଚ୍ଚ କର୍ମକର୍ତ୍ତା ମାନେ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟରାସ୍ତା କୁ ଅବରୋଧ କରିଥିଲେ।ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁଳିକା କୁ ଦାହ କରି ପ୍ରତିବାଦ କରିଥିଲେ।ଯୁବମୋର୍ଚ୍ଚ ରାଜ୍ୟ ସାଧାରଣ ସମ୍ପାଦକ ତୁତୁନ ପାତ୍ର, ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡା, ରାମ କୁମାର ପାତ୍ର, ଗଙ୍ଗାଧର ଶତପଥୀ, ରାମ ସାମଲ ଙ୍କ ସମେତ ବହୁ କର୍ମକର୍ତ୍ତା ବିକ୍ଷୋଭ ରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.