‘ଗଲା ୧୦ ବର୍ଷ ଟ୍ରେଲର ଥିଲା, ଆଗକୁ ଗତି ବଢିବ’

add-all

ଲୋକସଭା ନିର୍ବାଚନ ପରେ ଦେଶରେ ମୋଦି ୩.୦ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋଦି। ଏହା ପୂର୍ବରୁ ଆଜି ଏନଡିଏ ସଂସଦୀୟ ଦଳ ବୈଠକ ବସିଥିଲା, ଯେଉଁଥିରେ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦିଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି।

ନିର୍ବାଚିତ ହେବା ପରେ ସାସଂଦମାନଙ୍କୁ କୃତଜ୍ଞତା ଜଣାଇବା ସହ ଦେଶର ଭିଜନ କ୍ଷେତ୍ରରେ ବକ୍ତବ୍ୟ ରଖି ମୋଦି କହିଛନ୍ତି, ବିଗତ ୧୦ ବର୍ଷରେ ଆମେ ଯେଉଁ କାମ କରିଥିଲୁ ତାହା ଟ୍ରେଲର ଥିଲା। ଆମକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବାକୁ ପଡ଼ିବ। ଗରିବ ଓ ମଧ୍ୟବିତଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଲୋକସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖି ମୋଦି କହିଛନ୍ତି, ଚଳିତ ନିର୍ବାଚନ ଏନ୍‌ଡିଏର ମହାବିଜୟ। ବିଗତ ଅନେକ ବର୍ଷ ହେଲାଣି କଂଗ୍ରେସ ଶହେ ଆସନ ଛୁଇଁ ପାରିନି। ଗତ ୩ ନିର୍ବାଚନରେ କଂଗ୍ରେସ ଯେତିକି ପାଇଛି, ଆମେ ଗୋଟିଏ ଥରରେ ତା’ଠୁ ଅଧିକ ପାଇଛୁ। ଲୋକଙ୍କ ଭିତରେ ବିଦ୍ୱେଷ, ଭେଦଭାବ ସୃଷ୍ଟି କରିବାକୁ ଚେଷ୍ଟା କରାଗଲା, କିନ୍ତୁ ଏସବୁକୁ ଲୋକେ ପ୍ରତ୍ୟାଖ୍ୟାନ କଲେ ବୋଲି ମୋଦି କହିଛନ୍ତି। 

ମୋଦି ଆହୁରି କହିଛନ୍ତି ଯେ, ଏନ୍‌ଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ଏନଡିଏ ଭଳି ଅନ୍ୟ କୌଣସି ଦଳ ପ୍ରି-ପୋଲ୍‌ ଆଲାଏନ୍ସରେ ସଫଳ ହୋଇନି। ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନ୍‌ଡିଏ। ଗରିବଙ୍କ କଲ୍ୟାଣ ଏନଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି। ଏନ୍‌ଡିଏ କଥା କହିବା ମାତ୍ରେ ଆପେ ଆପେ ଏକ ଗୁଡ୍‌ ଗଭର୍ଣ୍ଣାନ୍ସ(ଉତ୍ତମ ନୀତି) ମନକୁ ଆସିଯାଏ।

ଆଗାମୀ ୧୦ ବର୍ଷରେ ଗୁଡ୍‌ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ। ଗଲା ୧୦ ବର୍ଷ ଯାହା ଥିଲା ତାହା ଟ୍ରେଲର। ଆଗକୁ ଗତି ବଢିବ ବୋଲି ସଂସଦୀୟ ଦଳ ବୈଠକରେ କହିଛନ୍ତି ମୋଦି। 

ad-week
Leave A Reply

Your email address will not be published.