ଆଇସ୍‌କ୍ରିମ୍‌ରୁ କଟା ଆଙ୍ଗୁଠି ମିଳିବା ମାମଲା, ସାମ୍ନାକୁ ଆସିଲା ସତ

add-all

ନିକଟରେ ଅନ୍‌ଲାଇନ୍‌ରୁ ମୁମ୍ବାଇର ଜଣେ ଡାକ୍ତର ଆଇସ୍‌କ୍ରିମ ଅର୍ଡର କରିଥିଲେ। ଏହି ଆଇସ୍‌କ୍ରିମ କୋନ୍‌ରୁ ଏକ ମଣିଷର କଟା ଆଙ୍ଗୁଠି ମିଳିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ପୁଲିସରେ ଅଭିଯୋଗ ପରେ ସତ କି ମିଛ ଜାଣିବା ପାଇଁ ଏହାର ଫରେନ୍‌ସିକ୍ ଟେଷ୍ଟ କରାଯାଇଥିଲା। ଏବେ ଏହାର ରିପୋର୍ଟ ଆସିଛି। ଆଇସ୍‌କ୍ରିମ ଭିତରେ ଥିବା କଟା ଆଙ୍ଗୁଠି କାହାର ତାହାର ଖୁଲାସା ହୋଇଛି।

କୁହାଯାଉଛି ଯେ, ଆଇସ୍‌କ୍ରିମ୍‌ରୁ ବାହାରିଥିବା ଆଙ୍ଗୁଠି ହେଉଛି ଉକ୍ତ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ କର୍ମଚାରୀଙ୍କର। କାରଖାନରେ କାମ କରୁଥିବା ବେଳେ ଜଣେ କର୍ମଚାରୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେହି ଦୁର୍ଘଟଣାରେ କର୍ମଚାରୀଙ୍କ ଆଙ୍ଗୁଠି କଟି ଯାଇଥିଲା। ଏହାପରେ ଆଇସ୍‌କ୍ରିମ୍‌ରୁ ତାଙ୍କ ଆଙ୍ଗୁଠି ବାହାରିଥିଲା, ଯାହାକୁ ଦୁର୍ଘଟଣା ଦିନ ପ୍ୟାକ୍ କରାଯାଇଥିଲା।

ୟୋମୋ ଆଇସ୍‌କ୍ରିମ୍‌ର ପୁଣେ କାରଖାନାର ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି। କର୍ମଚାରୀମାନଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ପଠା ଯାଇଛି। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଆଇସ୍‌କ୍ରିମ୍‌ରୁ ବାହାରିଥିବା କଟା ଆଙ୍ଗୁଠି କର୍ମଚାରୀଙ୍କର ନା ନାହିଁ ତାହା ସ୍ପଷ୍ଟ ହୋଇଯିବ। ସେପଟେ ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ (FSSAI) ୟୋମୋ ଆଇସ୍‌କ୍ରିମ କମ୍ପାନୀର ଲାଇସେନ୍ସ ରଦ୍ଦ କରି ଦେଇଛି। ଏଥିସହ ଅନିଶ୍ଚିତତା କାଳ ପାଇଁ ପୁଲିସ କମ୍ପାନୀକୁ ସିଲ୍‌ କରିଛି।

ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷୀୟା ମହିଳା ୟାମୋ କମ୍ପାନିର ଏକ ବଟରସ୍କଚ୍‌ ଆଇସ୍‌ କ୍ରିମ୍‌ କୋନ୍‌ ବରାଦ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଆଇସ୍‌କ୍ରିମ୍‌ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ କଟା ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ। ଏହାପରେ ସେ ଆଇସ୍‌କ୍ରିମ ନେଇ ଥାନାକୁ ଦୌଡି ଥିଲେ। ଏହାପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 

ad-week
Leave A Reply

Your email address will not be published.