ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଲା ଜାମିନ, କାଲି ଜେଲରୁ ବାହାରିବେ

add-all

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆଜି ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ମନିଲଣ୍ତରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି।
ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମେ’ ୩୦ରେ ସୁପ୍ରିମକୋର୍ଟ ୨୧ ଦିନ ପାଇଁ ଜାମିନ ଦେଇଥିଲେ। ଜୁନ ୨ରେ ସେ ଲୋକସଭା ନିର୍ବାଚନ ସାରି ପୁଣି ତିହାର ଜେଲକୁ ଫେରିଥିଲେ।
ହେଲେ ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଏନ ବିନ୍ଦୁ ଆଜି କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ତାଙ୍କୁ ଜାମିନ ମିଳିଛି।
୧ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବା ପରେ କେଜ୍ରିୱାଲ ଶୁକ୍ରବାର ଜେଲରୁ ମୁକୁଳିବେ। ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ad-week
Leave A Reply

Your email address will not be published.