NEET UG ପରୀକ୍ଷା : ଦିନକ ପୂର୍ବରୁ ମିଳିଥିଲା ପ୍ରଶ୍ନ ପତ୍ର

add-all

ନୂଆଦିଲ୍ଲୀ : ସତ ମାନିଲେ ପରୀକ୍ଷାର୍ଥୀ। NEET ପରୀକ୍ଷାରେ ହେରଫେର ହୋଇଥିବା ନେଇ କଲେ ବଡ଼ ଖୁଲାସ। ପରୀକ୍ଷାରେ ହୋଇଥିବା ପେପର୍‌ ଲିକ୍‌। ଏନେଇ ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱୀକାର କରିଛନ୍ତି।
ପୁଲିସ ଆଗରେ ବୟାନ ରେକର୍ଡ ବେଳେ ଚଳିତ NEET UG ପରୀକ୍ଷାରେ ପେପର୍‌ ଲିକ୍ କଥା ଅନୁରାଗ ମାନିଛନ୍ତି। ଯେଉଁ ପ୍ରଶ୍ନ ଲିକ୍‌ ହୋଇଥିଲା ତାହା ପରୀକ୍ଷାରେ ଆସିଥିଲା ଏବଂ ପରୀକ୍ଷାରେ ୧୦୦ ପ୍ରତିଶତ ସମାନ ପ୍ରଶ୍ନ ପଚରା ଯାଇଥିଲା। ଏହି ପ୍ରଶ୍ନପତ୍ର ଗୋଟିଏ ଦିନ ପୂର୍ବରୁ ତାଙ୍କ ପାଖକୁ ଆସିଥିଲା ବୋଲି ସେ ଖୁଲାସା କରିଛନ୍ତି।
ବିହାରର ଦାନାପୁର ନଗର ପରିଷଦର ୨୨ବର୍ଷିୟ ଅନୁରାଗଙ୍କ କହିବା ଅନୁଯାୟୀ ତାଙ୍କ ପିଉସା ଏହି ସେଟିଂ କରିଥିଲେ। ତାଙ୍କୁ କୋଟାରୁ ପାଟନା ଡକା ଯାଇଥିଲା। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ରାତିରେ ଘୋଷା କରାଯାଇଥିଲା। ପରୀକ୍ଷା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ୟାଦବ ଏପରି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏକ ସ୍ୱୀକାରୋକ୍ତି ପତ୍ର ଦେଇଛନ୍ତି। ଯେଉଁଥିରେ ତାଙ୍କର ହସ୍ତାକ୍ଷର ବି ରହିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଏହି ସ୍ୱୀକାରୋକ୍ତିରେ କହିଛନ୍ତି, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ୟାଦବେନ୍ଦୁ ଏହି ଲିକ୍‌ ପେପର୍‌ର ସବୁ ବ୍ୟବସ୍ଥା କରିଥିଲେ।
NEET UG-2024 ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ନିଟ୍‌ ଆଶାୟୀ ଓ ସେମାନଙ୍କ ଅଭିଭାବକଙ୍କ ଅଭିଯୋଗ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସାମାନ୍ୟ ଅବହେଳା ମଧ୍ୟ ବରଦାସ୍ତ କରାଯିବା ଉଚିତ ନୁହେଁ।
ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଏନଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଜୁନ୍ ୪ ତାରିଖରେ ନିଟ୍‌ ୟୁଜି ପରୀକ୍ଷା ରେଜଲ୍ଟ ବାହାରିଥିଲା। ୬୭ ଜଣ ପରୀକ୍ଷାର୍ଥୀ ଟପର୍‌ ହୋଇଥିଲେ। ଏହି ଛାତ୍ରଛାତ୍ରୀମାନେ ୭୨୦ରୁ ୭୨୦ ମାର୍କ ରଖିଥିଲେ।
ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ୍‌ ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦% ରହିଥିଲା। ଏହାକୁ ଦେଖିବା ପରେ ପରୀକ୍ଷାରେ ହେରଫେର ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ସାନି ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି।

ad-week
Leave A Reply

Your email address will not be published.