ସୁପ୍ରିମକୋର୍ଟ ଗଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

add-all

ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ ନିବେଦନ କରିଛନ୍ତି। ହାଇକୋର୍ଟ ଜାମିନ ଉପରେ ଲଗାଇଥିବା ରୋକକୁ ହଟାଇବା ପାଇଁ ଆଜି କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଏବେ ତିହାର ଜେଲରେ ରହିଛନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ଦେଇଥିଲେ। ଶୁକ୍ରବାର ସେ ମୁକୁଳିବାର ଥିଲା। କିନ୍ତୁ ଇଡି ଜାମିନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପହଞ୍ଚି ଯାଇଥିଲା।

ହାଇକୋର୍ଟ ଏହାକୁ ଗ୍ରହଣ କରି ଶୁଣାଣି ଶେଷ ନ ହେବା ଯାଏ କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି। କୋର୍ଟ ୨/୩ ଦିନ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ବୋଲି କହିଛନ୍ତି। କିନ୍ତୁ କେଜ୍ରିୱାଲଙ୍କ ଓକିଲ ଆଜି ସୁପ୍ରିମକୋର୍ଟରେ ପହଞ୍ଚି ଆସନ୍ତାକାଲି ଆବେଦନର ଶୁଣାଣି ପାଇଁ ନିବେଦନ କରିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମେ’ ୩୦ରେ ସୁପ୍ରିମକୋର୍ଟ ୨୧ ଦିନ ପାଇଁ ଜାମିନ ଦେଇଥିଲେ। ଜୁନ ୨ରେ ସେ ଲୋକସଭା ନିର୍ବାଚନ ସାରି ପୁଣି ତିହାର ଜେଲକୁ ଫେରିଥିଲେ। ସେବେଠାରୁ ସେ ଜେଲରେ ରହିଛନ୍ତି।

ad-week
Leave A Reply

Your email address will not be published.