ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୬ ତାରିଖରୁ ବଢ଼ିବ ବର୍ଷାର ପରିମାଣ

add-all

ଭୁବନେଶ୍ବର: ରାଜ୍ୟର ୩୦ଟି ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ମୌସୁମୀ ବାୟୁ ପ୍ରଭାବରେ ଆଜି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସ୍ୱାଭାବିକ ସମୟର ଦିନକ ପରେ ସବୁ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ୨୬ରୁ ଏହାର ପରିମାଣ ବଢ଼ିବ। ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଲା- ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼। ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତା ୨୭ ତାରିଖରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଜିଠାରୁ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ରହିବାର ସମ୍ଭାବନା ରହିଥିବା କେନ୍ଦ୍ର କହିଛି।

ad-week
Leave A Reply

Your email address will not be published.