ଗିରଫ ପରେ ୩ଦିନିଆ ସିବିଆଇ ରିମାଣ୍ଡରେ ଗଲେ କେଜ୍ରିୱାଲ

add-all

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍‌ ବ୍ୟୁ‌ରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ କରିଥିଲା । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇବା ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ୍‌। ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ କେଜ୍ରିୱାଲ୍‌ଙ୍କୁ ଗିରଫ କରାଯାଇଥିଲା | ଏବେ ଗିରଫ ପରେ ତାଙ୍କୁ ୩ଦିନିଆ ସିବିଆଇ ରିମାଣ୍ଡରେ ପଠାଯାଇଛି |

ସୂଚନା ମୁତାବକ, ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୩ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସିବିଆଇ ଜୁନ୍ ୨୯ରେ ସନ୍ଧ୍ୟା ୭ଟା ପୂର୍ବରୁ ପୁଣିଥରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରିବ। ଅରବିନ୍ଦ କେଜ୍ରିୱାଲଙ୍କ ପାଞ୍ଚ ଦିନିଆ ରିମାଣ୍ଡ ମାଗିଥିଲା ସିବିଆଇ। ହେଲେ କୋର୍ଟ ତାଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି।

ତେବେ ଗିରଫ ପରେ କେଜ୍ରିୱାଲଙ୍କ ପତ୍ନୀ କହିଥିଲେ ଯେ, ଜୁନ ୨୦ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଲା | ଏହା ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ ସଜାଇଦେଲା | ଆଜି ସିବିଆଇ ଗିରଫ କଲା | ପୁରା ଶାସକ ଦଳ ଲାଗିପଡିଛନ୍ତି ଯେ କେଜ୍ରିୱାଲ ଯେଭଳି ଜେଲ ବାହାରକୁ ଆସିପାରିବେ ନାହିଁ | ଏହା ଆଇନ ନୁହେଁ, ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରୀକାଳୀନ ପରିସ୍ଥିତି।

ad-week
Leave A Reply

Your email address will not be published.