ସାମ୍ବାଦିକାଙ୍କ ଉପରକୁ ଆକ୍ରମଣର ଦୃଢ ନିନ୍ଦା କଲା ଏସୟୁଜେ : ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

add-all

ବ୍ରହ୍ମପୁର : ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନ ରେ କିଛି ଖବର ସଂଗ୍ରହ କରିବାକୁ ଯାଇଥିବା ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟନ୍ ଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗ ହୋଇଛି। ବିଶେଷ କରି ଅର୍ଗସ ଟିଭିର ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକ ଙ୍କୁ କୁକୁର ଲଗାଇ ହତ୍ୟା ଉଦ୍ୟମ ସହ କେମେରା ମେନ୍ ମାଡ଼ ମାରିବା ଘଟଣା କୁ ତୀବ୍ର ନିନ୍ଦା କରିଛି ରାଜ୍ୟ ସାମ୍ବାଦିକ ସଂଘ୍ ଗଞ୍ଜାମ ଜିଲ୍ଲା ଶାଖା । ଦୃଢ ନିନ୍ଦା କରିବା ସହ ଏଥିରେ ଯେଉଁ ମାନେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର,ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିରଙ୍କୁ ପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ରାଜ୍ୟ ସାମ୍ବାଦିକ ସଂଘ୍ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ୱନାଥ ମାରଣା, ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଜିତ କୁମାର ପଣ୍ଡା ଙ୍କ ସମେତ ପିତାମ୍ବର ନାହାକ, ଗୌରୀ ଶଙ୍କର ମିଶ୍ର, ଚନ୍ଦନ ସାହୁ, ଲଡ଼ୁ କିଶୋର ପାତ୍ର,ସଞ୍ଜୟ ବିଶ୍ୱାଳ, ରୂପକ ମହାନ୍ତି , କପିଳ ପାଢ଼ୀ, ଶୁଭେନ୍ଦୁ ସାହୁଙ୍କ ସମେତ ବହୁ ସାମ୍ୱାଦିକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.