ମନୁସେନା ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

add-all

ଚିକିଟୀ : ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ଚିକିଟୀ ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ପଞ୍ଚାୟତ ଲିଆଖାଇ ଗ୍ରାମରେ ଆଜି ରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ମନୁସେନା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିବାବେଳେ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ପରେ ପରେ ରକ୍ତଦାତାଙ୍କ ଭିଡ଼ ଲାଗିଥିବାର ମଧ୍ୟ ଦେଖିବାକୁ ମିଳିଥିଲା l

ଏହି ଅବସରରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ମିନଦ୍ୟାନ ସାମନ୍ତରା ଯୋଗ ଦାନ କରିଥିବା ବେଳେ, ପାତ୍ରପୁର ବ୍ଲକଅଧକ୍ଷା ୱାଇ. ସଂଯୁକ୍ତା ମଧ୍ୟ ଯୋଗ ଦାନ କରିଥିଲେ l ଏହି ଶିବିରକୁ ସଫଳ କରାଇବା ସକାଶେ, ଚିକିଟୀ ମହିଳା ପ୍ରଭାରୀ ମିନତୀ ପାଢ଼ୀ, ଯୁବସଙ୍ଘଠକ ଦେବଦତ୍ତ ପଣ୍ଡା, ଦିଲ୍ଲୀପ କୁମାର ସାହୁ, ନୂଆପଡା ପ୍ରଭାରୀ ଏସ. ନାଗଭୂଷଣ, ହୃଷିକେଶ ନାଇକ, ଙ୍କ ସହ ଅନେକ ମନୁସେନା କର୍ମକର୍ତ୍ତା ମାନେ ମଧ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ ଟୀକୁ ସଫଳ ରୂପାୟନ କରିଥିଲେ।

ad-week
Leave A Reply

Your email address will not be published.