ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ବେଲ୍

add-all

ରାଞ୍ଚି : ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ନେତା ହେମନ୍ତ ସୋରେନଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି। ଜମି ଦୁର୍ନୀତି ମାମଲାରେ ଜାମିନ ପାଇଛନ୍ତି ସୋରେନ। ଏହି ମାମଲାରେ ଆଜି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଜାନୁଆରୀ ୩୧ରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ୯ ଥର ସମନ ପଠାଇବା ପରେ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି। ଏହାପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ଇଡି ତାଙ୍କୁ ଗିରଫ କରିଥିଲା।
ସେବେଠାରୁ ଏହି ମାମଲା ବିଭିନ୍ନ କୋର୍ଟ ସମେତ ସୁପ୍ରିମକୋର୍ଟରେ ପହଞ୍ଚି ଥିବାବେଳେ ଆଜି ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
କୋର୍ଟରେ ଯୁକ୍ତି ବାଢିବା ସମୟରେ, ସୋରେନ୍ ରାଞ୍ଚିରେ ବେଆଇନ ଭାବେ ୮.୮୬ ଏକର ଜମି ହଡ଼ପ କରିଥିବା ଅଭିଯୋଗ କରିଥିଲା ଇଡି। ସେ ଜମି ଜାଲିଆତି ପାଇଁ ତାଙ୍କ ପଦବୀର ଦୂରୁପୋଯଗ କରିଥିବା ଅଭିଯୋଗ ଇଡି କହିଥିଲା।
ଇଡି ଅଭିଯୋଗକୁ ଖଣ୍ଡନ କରି, ସୋରେନଙ୍କ ଗିରଫଦାରୀ ରାଜନୈତିକ ଉଦ୍ଦେଶ ପ୍ରଣୋଦିତ ଓ ମିଥ୍ୟା ମାମଲାରେ କରାଯାଇଛି ବୋଲି ହେମନ୍ତ ସୋରେନଙ୍କ ଓକିଲ କହିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ସୋରେନଙ୍କୁ ବେଲ୍ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.