ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା

add-all

ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ଢ଼ାବାରେ ତାଲା ପକାଇଛନ୍ତି ।

ଯାଜପୁର ଜିଲ୍ଲା ନେଉଳପୁର ଠାରେ ଥିବା ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ବଲ୍ଲେ ବଲ୍ଲେ ଢ଼ାବାକୁ ବନ୍ଦ କରିବା ପାଇଁ ଧର୍ମଶାଳା ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଢ଼ାବାଟି ବେଆଇନ ଭାବେ ଚାଲୁ ଥିବା ନେଇ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା। କିଏ କେଉଁ ଉଦେଶ୍ୟରେ ଏହି ଢ଼ାବାଟି ଚଳାଉ ଥିଲେ ସେ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ଜାରିରହିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଅଭିଯୋଗ ହୋଇଛି ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା। ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା। ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ୍।

ad-week
Leave A Reply

Your email address will not be published.